ଭଦ୍ରକ,୦୧/୮ (ସନ୍ଧାନ ନିୟୁଜ ) ଭଦ୍ରକ ସଂସ୍କୃତି ଭବନ ପରିସରରେ ଓଡ଼ିଶା ଜୀବିକାମିଶନ ଭଦ୍ରକ ବ୍ଲକ ପକ୍ଷରୁ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା(ଡ଼ିଡ଼ିୟୁ- ଜିକେୱାଇ) ଅନ୍ତର୍ଗତ ଏକ ତାଲିମଭିତିକ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭଦ୍ରକ ବ୍ଲକର ବିଭିନ୍ନ ଗ୍ରା:ପ: ରୁ ପାୟ ୩୮୫ଜଣ ବେରୋଜଗାର ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୪୫ଜଣ ଯୁବକ ଯୁବତୀ ସରକାରଙ୍କ ପକ୍ଷରୁ ନିୟୋଜିତ ୧୦ଟି ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା (ପିଆଇଏ) ମାନଙ୍କ ଦ୍ୱାରା ପଂଜିକୃତ ହୋଇଥିଲେ । ସେମାନେ ବିଭିନ୍ନ ଧନ୍ଧାମୂଳକ ତାଲିମ ନେବାପରେ ସଫଳ ହୋଇଥିବା ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତିର ସୁଯୋଗ ମିଳିବ । ଅନୁଷ୍ଠିତ ଏହି ପରାମର୍ଶ ଶିବିରକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭଦ୍ରକ ବିଧାୟକ ସଂଜୀବ୍ ମଲ୍ଲିକ ଉଦ୍ଘାଟନ କରିଥିଲେ । ବେକାର ଯୁବକଯୁବତୀମାନେ ସରକାରଙ୍କ ଏଭଳି ଯୋଜନାରେ ନିଯୁକ୍ତି ପାଉଥିବା କଥା ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିର ସମ୍ବନ୍ଧିତ ସଭାରେ ସମ୍ବାନ୍ନିତ ଅତିଥିଭାବେ ପଂଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ସମ୍ମାନ୍ନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ସମ୍ମାନ୍ନିତ ଅତିଥିଭାବେ ଜୋସ୍ନା ମଂଜରୀ ରାଉତ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଡ଼ିପିଏମ୍ ସଂଜୟ ବାରିକ ଏହି ଯୋଜନା ଉପରେ ସୂଚନା ଦେଇଥିଲେ । ସେହିପରି ବିପିଏମ୍ ବୀଣାପାଣି ପଣ୍ଡା ଓ କର୍ମଚାରୀମାନେ ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।
Report – R Nayak



