ଓଡ଼ିଶା କରୁଛି କରୋନା ମୁକାବିଲା 

Spread the love
ଭୁବନେଶ୍ୱର, ୨୩/୦୩ (ସନ୍ଧାନ ନିୟୁଜ) ଲକ୍ ଡାଉନ ସମୟରେ ମାଲ୍ ବାହୀ ଯାନ ଉପରେ କୌଣସି କଟକଣା ନାହିଁ । କାରଣ ସରକାର ଚାହୁଁଛନ୍ତି ଖାଦ୍ୟ ସାମଗ୍ରୀ ଏବଂ କୌଣସି ଆବଶ୍ୟକୀୟ ଜିନିଷର ଅଭାବ ଜନସାଧାରଣଙ୍କୁ ନହେଉ । ସେଥିପାଇଁ କୌଣସି ମାଲ୍ ବାହୀଯାନ ଉପରେ ଲକ୍ ଡାଉନ ସମୟରେ କଟକଣା ଲାଗିବ ନାହିଁ । ଏହାର ତଦାରଖ କରିବାକୁ ରାଜ୍ୟ ସରକାର ଏକ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି । ଯେଉଁମାନେ ମାଲବାହୀଯାନ ଚଳାଚଳ ସୂଚାରୁରୁପେ ରଖିବେ ବୋଲି ନିର୍ଦ୍ଦେଶ ରହିଛି । ଅନ୍ତଃରାଜ୍ୟ ବସସେବାକୁ ବାତିଲ କରାଯାଇଛି । ଆସନ୍ତାକାଲି ସକାଳ ୧୧ଟାରୁ କୌଣସି ଅନ୍ତଃରାଜ୍ୟ ବସ୍ ଓଡ଼ିଶା ଭିତରକୁ ପ୍ରବେଶ କରିପାରିବେ ନାହିଁ । ସେହିପରି ଓଡ଼ିଶାରୁ କୌଣସି ଅନ୍ତଃରାଜ୍ୟ ବସ୍ ଚଳାଚଳ କରିପାରିବ ନାହିଁ । ଏହି କଟକଣା ଅନିର୍ଦ୍ଦିଷ୍ଟକାଳ ପାଇଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

Related Posts

About The Author

Add Comment