ଓଡ଼ିଶାର ମୁଖ୍ୟମନ୍ତ୍ରୀ କାଳିଆ ଟଙ୍କା ବାଣ୍ଟିଲେ

Spread the love

ଯାଜପୁର ସଦର, ୦୪ା୦୫: ରାଜ୍ୟ ସରକାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଚାଷୀମାନଙ୍କ ଚାଷ କାମରେ ଲଗାଯିବା ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହିନ ଚାଷୀମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ଚାଷୀ ମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ପଠାଇଥିବା ଜଣାଯାଇଚି । ଏହି ଟଙ୍କାରେ ଚାଷୀମାନେ ଚାଷ କାମରେ ଖର୍ଚ୍ଚ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗାଉଥିବା ଟଙ୍କା ସମୁଦ୍ରକୁ ଶଙ୍ଖେ ଯହାକି ମାନ୍ୟବର ମୁଖ୍ୟମନ୍ତ୍ରୀ ଗତଥର ଚାଷୀମାନଙ୍କ ଏକାଉଣ୍ଟକୁ ୫ ହଜାର ଟଙ୍କା ଦେଇଥିବା ବେଳେ, ଏବେ ମିଳିଥିବା ୨ ହଜାର ଟଙ୍କାରେ ଚାଷୀମାନେ କିପରି ଚାଷ କାର୍ଯ୍ୟ କରିବେ ତାହା ପରିଚାପର ବିଷୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ୪୦ ଲକ୍ଷ ଚାଷୀଙ୍କୁ ୮ ଶହ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଚାଷୀ ମାନଙ୍କ ହିତ କାର୍ଯ୍ୟରେ ଲଗାଯିବା ଓଡ଼ିଶା ସରକାର ବଦ୍ଧ ପରିକର । ଏଠାରେ ପ୍ରଶ୍ନ ଉଠେ ଏହି କାଳିଆ ଯୋଜନା ଚାଷୀମାନଙ୍କୁ ଦେବା ଲାଗି ନିୟମ ଥିଲେ ମଧ୍ୟ ଏହା ବାଟମାରଣା ହେବାର ବହୁତ ସମ୍ଭାବନା ରହୁଚି । କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ପ୍ରକୃତ ଚାଷୀ ମାନଙ୍କୁ ଟଙ୍କା ମିଳୁନଥିବା ଅଭିଯୋଗ ହେଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ୧୦ଟି ବ୍ଲକରେ କେତେ ଭୂମିହୀନ ଏବଂ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଅଛନ୍ତି ତାହା ସରକାରଙ୍କ ପଖାରେ ରିପୋର୍ଟ ଅଛିକି ନାହିଁ ତହା ସନ୍ଧେହ ଘେରରେ ରହିଚି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅର୍ଥ ରାଶିକୁ ୫ ହଜାର ଟଙ୍କା କରିବା ପାଈଁ ଚାଷୀ ମାନଙ୍କ ମହଲରେ ଦାବି କରାଯାଉଚି । ପ୍ରକୃତ ହୀତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଇ ବ୍ଲକ ସ୍ଥରରେ କୃଷି ବିଭାଗର ଅଧିକାରୀ ମାନେ ରହିôତବା ବେଳେ, ଏହି ସହାୟତା ରାଶିରୁ ପ୍ରକୃତ ଚାଷୀମାନେ ବଞ୍ôଚଥ ହେଉଥିବା ନଜରକୁ ଆସିଚି । ଏହା ଉପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବା ଫାଇପି ଟି ସଚିବ ଭେକେ ପାଣ୍ଡିଆନ ଦୃଷ୍ଟି ଦେବାଲାଗି ଦାବି କରାଯାଉଚି । ହଳ ଅଛିଯାହାର ଚାଷୀ ସିଏ ଯୋଗାଇବା ଆହାର ଏହି ପରିପ୍ରେକ୍ଷିରେ ରାଜ୍ୟ ସରକାର କାଳିଆ ଯୋଜନା କରିଥିବା ଚାଷୀ ମାନଙ୍କ ଚାଷ କାର୍ଯ୍ୟରେ ଲାଗିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସବୁବେଳେ ଚାଷୀଙ୍କ ଲାଗି ଚେଷ୍ଟା କରିଆସିଅଛନ୍ତି ।

Related Posts

About The Author

Add Comment