ଯାଜପୁର ସଦର, ୩୧/୧୨/୨୫ (ସନ୍ଧାନ ନ୍ୟୁଜ ) : ଯାଜପୁର, କେନ୍ଦ୍ରାପଡ଼ା, କଟକ ଜିଲ୍ଲାରେ ବିଭକ୍ତ ହୋଇଥିବା ଯାଜପୁର ଜିଲ୍ଲାର ବହୁ ପ୍ରସିଦ୍ଧ ଓଳାଶୁଣୀ ମେଳା ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ଏନେଇ ଯାଜପୁର ପ୍ରଶାସନ ପକ୍ଷରୁ ପ୍ରସ୍ଥୁତି ବୈଠକ ଅନୁଷ୍ଟିତ କରାଯାଇଥିବା ବେଳେ, ତିନୋଟି ଜିଲ୍ଲାକୁ ନେଇ ଏହି ପୀଠ ଯାଉଥିବା ବେଳେ, ଜିଲ୍ଲାପ୍ରଶାସନ ପକ୍ଷରୁ ଆସନ୍ତା ଜାନୁୟାରୀ ୧୪ ତାରିଖ ଠାରୁ ଏହି ମେଳା ଆରମ୍ଭ କରାଯାଇ ୨୪ ତାରିଖରେ ଶେଷ ହେଉଥିବା ବେଳେ, ଏହି ମେଳା ୧୦ ଦିନ ଧରି ଅନୁଷ୍ଟିତ ହେଉଚି । ସନ୍ଥ ଅରକ୍ଷିତ ଦାସଙ୍କର ପ୍ରସିଦ୍ଧ ପୀଠ ଭାବରେ ବେଶ ପରିଚିତ ଅଟେ ଯାହାକି ଗତକାଲି ପ୍ରଶାସାନିକ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ପ୍ରସ୍ଥୁତି ବୈଠକରେ ବଡ଼ଚଣାର ବିଧାୟକ ଅମର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ଥୁତି ବୈଠକର କାର୍ଯ୍ୟକ୍ରମ ହୋଇଯାଇଚି । ଏହି ବୈଠକରେ ଯାଜପୁର ଜିଲ୍ଲାପାଳ ଗଣେଷ ମଣ୍ଡପ ପରିଶରରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନେତୃତ୍ୱରେ ପ୍ରଶାସାନିକ ଅଧିକାରୀ ମାନେ ଯୋଗଦେଇଥିଲେ । ଏହି ବୈଠକରେ ଆଇନି ଶୃଙ୍ଖଳା ପାନୀୟ ଜଳ ପରିମଳ ବିଦ୍ୁ୍ୟତ ଯୋଗାଣ ଏହି ରାସ୍ତର ନବିକରଣ ଆବକାରିଣୀ ଜଙ୍ଗଲ ବିଭାଗ ଉପରେ ବିଶେଷ ଆଲୋଚନା କରାଯାଇଥିବା ବେଳେ, ସରକାରୀ ଜମିକୁ ଜବର ଦଖଲ କରି ରଖିଥିବା ଓଳାଶୁଣୀ ଗୁମ୍ଫା ଉନ୍ନୟନ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଠାକୁରାଣୀ ନକଟରେ ପାହାଡ଼ ଉପରକୁ ଆସୁଥିବା ପାନୀୟ ଜଳ ଯୋଗାଣ କାମ କରୁନଥିବା ବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ସମାଧାନ କରାଯିବାକୁ ଯାଜପୁର ଜିଲ୍ଲାପାଳ ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦ୍ଦେଷ ଦେଇଥିଲେ । ଓଳାଶୁଣି ଗୁମ୍ଫା ଉନ୍ନୟନ ପରିଷଦର ସଭାପତି ମହନ୍ତ ନାମାନନ୍ଦ ଦାସ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ଶ୍ଲୋକ ଆବୃତ୍ତି କରିଥିଲେ । ଆଶ୍ରୀର୍ବାଦ ପ୍ରଦାନ କରିଥିବା ବେଳେ, ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପୁଷ୍ପଲତା ବାରିକ, ଉପଜିଲ୍ଲାପାଳ ତାପସ ଦେହୁରି, ତହସିଲଦାର ମାନସ ତ୍ରୀପାଠୀ, ଯାଜପୁର ଏସଡିପିଓ ହେମନ୍ତ ସନ୍ତୋଷ ସ୍ୱାଇଁ, ବାଲିଚନ୍ଦ୍ରପୁର ଆଇଆଇସି ସମରଜିତ ନାୟକ, ମାହାଙ୍ଗା ଥାନା ଏସଆଇ ଆର୍ତ୍ତବନ୍ଧୁ ସେଠୀ, ସୁବାଷ ପଣ୍ଡା, ମାହାଙ୍ଗାର ଅତିରିକ୍ତ ତହସିଲଦାର ଅଟଳ ପ୍ରଧାନ, ଶୈଳେନ୍ଦ୍ର ମହାନ୍ତି, ଅରବିନ୍ଦ ସାମଲ, ପଲେଇ ସରପଂଚ ଆରତୀ ବେହେରା, ଲଳିତଗିରି ସରପଂଚ ବଳରାମ ବେହେରା, ସମିତି ସଭ୍ୟ ଧୃବାନନ୍ଦ ସାହୁ, ଶୁବେନ୍ଦୁ ଭୁଇଁଆ, ଶରତ ପ୍ରଧାନ ଯୋଗଦେଇ ଦିର୍ଘ ବର୍ଷଧରି ପରମ୍ପରା ଅନଯାଇ ଚାଲି ଆସୁଥିବା ଏହି ମେଳା ସର୍ମ୍ପକରେ ମତାମତ ଦେଇଥିଲେ । ଦିଲିପ ସାମଲ ଶରତ ସେଠ, ରୁଦ୍ରନାରାୟଣ ସିଂ, ଦେବାଶିଷ ସିଂ, ରତିକାନ୍ତ ସାମଲ, ସାମ୍ବାଦିକ ପ୍ରଦିପ ପୃଷ୍ଟି ପ୍ରମୁଖ ଆଲୋଚନାରେ ଯୋଗଦାନ କରିଥିଲେ ।
ଓଳାଶୁଣୀ ମେଳା ପାଇଁ ପ୍ରଶାସନର ପ୍ରସ୍ଥୁତି ବୈଠକ ଅନୁଷ୍ଟିତ
|
December 31, 2025 |



