ଯାଜପୁର ସଦର, ୨୩ା୦୨: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ୩ଟି ଜିଲ୍ଲାକୁ ସଂଯୋଗ ହୋଇଥରବା କେନ୍ଦ୍ରାପଡ଼ା, କଟକ, ଯାଜପୁର ଜିଲ୍ଲାରେ ଅବସ୍ଥିତ ଅରକ୍ଷିତ ଦାସଙ୍କ ପୀଠ ସ୍ଥଳୀ ଓଳାଶୁଣୀ ଗୁମ୍ଫା ପର୍ଯ୍ୟଟନ ସ୍ଥଳି ହୋଇଥିବା ବେଳେ, ଏଠାକୁ ହଜାର ହଜର ପର୍ଯ୍ୟଟକ ଆସୁଥିବା ବେଲେ, ପ୍ରେବୃଆରୀ ମା ୬ତାରିଖରେ ଅନୁଷ୍ଟିତ ହୋଇଥିବା ଓଳାଶୁଣୀ ମେଳାର କାର୍ଯ୍ୟ ସରିଯାଇଥିବା ବେଳେ, ମେଳାର ପାଶ୍ୱର୍ରେ ପୁର୍ତ୍ତି ମୟ ଦୃଗନ୍ଧ ହେଉଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ୯ଦିନ ଧରି ଏହି ମେଳା ଅନୁଷ୍ଟିତ ହୋଇଥିବା ବେଳେ, ଏଠାରେ ବ୍ୟବସାୟ କରୁଥିବା ଦୋକାନ ଗୁଡ଼ିକ ଏବଂ ମେଳାକୁ ଅସିଥିବା ଦର୍ଶକ ଲକ୍ଷ୍ୟାଧିକ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖା ଯାଇଥିଲା । ଯାହାକି ମେଳା ସରିଗଲା ପରେ ଓଳାଶୁଣୀ ଗୁମ୍ଫାର ପର୍ଯ୍ୟଟନ ସ୍ଥଳି ଦୃଗନ୍ଧ ମୟରେ ଫାଟି ପଡ଼ୁଚି । କମିଟି ପକ୍ଷରୁ ଏଗୁଡ଼ିକ ସଫା ନକରାଯାଇ ପଡ଼ି ରହିଥିବା ବେଳେ, ଦୃଗନ୍ଧ ସୃଷ୍ଟି ହୋଇଚି । ଯାହାକି ଗୁମ୍ଫାକୁ ଆସୁଥିବା ପର୍ଯ୍ୟଟକ ମାନେ ଏହାର ସମ୍ମୁଖିନ ହେଉଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଓଳାଶୁଣୀ ଗୁମ୍ଫା ସମ୍ପର୍କରେ ପ୍ରକାଶ ପାଇଥିବା ଖବର ଗୁଡ଼ିକ ଓଳାଶୁଣୀ ମେଳା ସମ୍ପର୍କରେ ବାହାରୁଥିବା ବେଳେ, କିପରି ଓଳାଶୁନୀ ଗୁମ୍ଫାର ଏହି ଦୃଗନ୍ଧ ମୟ ପରିବେଶ ଖବର ପ୍ରକାଶ ପାଇଲା ନାହିଁ ତାହା ବଡ଼ ଆଚ୍ଚମ୍ବିତ କରିଦେଉଚି । ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ସହିତ ଏହି ପରିବେଶକୁ ସଫା କରିବା ପାଇଁ ଦାହି ହେଉଚି ।
ଓଳାଶୁଣୀ ମେଳା ଉପରେ ପ୍ରଶାସନର ନଜର ନାହିଁ
|
February 26, 2024 |



