ଓଳାଶୁଣୀ ମଠର ଛୁଆ ବାବା ଗିରଫ ଅଷ୍ଟଧାତୁ ମୃର୍ତ୍ତି ଉଦ୍ଧାର

Spread the love

ଯାଜପୁର ସଦର, ୧୪ା୦୬: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଓଳାଶୁଣୀ ମଠରେ ଛୁଆ ବାବା ନାମରେ ଏକ ବାବା ରହୁଥିବା ବେଳେ, ବିଭିନ୍ନ ମନ୍ଦିର ମଠରୁ ମୃର୍ତ୍ତି ଚୋରି ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳେଇଦେଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଅଷ୍ଟଧାତୁରେ ତିଆରି ମୃର୍ତ୍ତି ଗୁଡ଼ିକ ଚୋରୀ କରିନେଇ ଭଣ୍ଡବାବା ବିକ୍ରି କରୁଥିବା ବେଳେ, ପୋଲିସ ହାତରେ ଧରାପଡ଼ି ଜେଲଯିବା ଘଟଣା ଚହଳ ପକାଇଚି । ଓଳାଶୁଣୀ ମଠର ବାବା ଆନନ୍ଦ ଦାସ କେନ୍ଦ୍ରାପଡ଼ା ଜିଲ୍ଲା ଉଦାନଗିରି ପୋଲିସ ଗିରଫ କରିବା ସହିତ ତାହା ନିକଟରୁ ୪ଗୋଟି ପୁରୁଣା ମୃର୍ତ୍ତି ଜବତ କରିଚି । ବାବା ଆନନ୍ଦ ଦାସ ଯାଜପୁର, କେନ୍ଦ୍ରାପଡ଼ା, ଜଗସିଂହପୁର ଜିଲ୍ଲାରୁ ମୃର୍ତ୍ତି ଗୁଡ଼ିକୁ ଚୋରିକରିବା ସହିତ ସୁନା ମୁକୁଟ ଏବଂ ହୁଣ୍ଡି ମାନଙ୍କୁ ଟଙ୍କା ଲୁଟ କରିବା ପୋଲିସ ସୂଚନା ଦେଇଚି । ଏନେଇ ଉଦାନଗରି ଏବଂ ମାର୍ସାଘାଇ ଥାନାରେ ଦୁଇଟି ମାମଲାର ରୁଜୁ ହୋଇଚି । ଏବଂ ରଘୁନାଥପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଚି । ଏଠାରେ ସୂଚନା ଯୋଗ୍ୟ ଯେ, କୁଦାନଗର ଥାନା ତଳକୁସୁମା ଗ୍ରାମରେ ରହୁଥିବା ଗଦାଧରଙ୍କ ପିଠରେ ଅଷ୍ଟଧାତୁ ରାଧାକୃଷ୍ଣ ମୃର୍ତ୍ତି ଚୋରୀ କରିନେଇ ବାଇକରେ ଛୁ ମାରୁଥିବା େବେଲ, ସ୍ଥାନୀୟ ଗ୍ରାମବାସୀ ମାନେ କୋରୁଆ କଲେଜ ନିକଟରେ ବାବାଙ୍କୁ ଗ୍ରାମବାସୀ ମାନେ ଧରିଥିଲେ । ମନ୍ଦିର ପୂଜକ ମଳୟ ରଂଜନ ପଣ୍ଡା ବାହାରୁକୁ ଯାଇଥିବା ବେଳେ, ମୃର୍ତ୍ତିକୁ ଧରି ଛୁ ମାରିଥିଲେ । ପୋଲିସ ପଚରା ଉଚରା କରିବାରୁ ବିଭିନ୍ନ ମନ୍ଦିର ମଠ ମାନଙ୍କୁର ବାବା ପୋଲିସ ନିକଟରେ ମାନିଥିଲେ । ମାର୍ସାଘାଇ ଥାନା ରାମେଶ୍ୱରୀ ଦେବୀଙ୍କ ସୁନା ମୁକୁଟ ଏବଂ ହୁଣ୍ଡିରୁ ଟଙ୍କା ଚୋରୀ କରିଥିବା ଜଣାଯାଇଚି । ସେହିପରି ଜଗତସିଂହପୁର ଜିଲ୍ଲା ତାରପୁରର ମା ନାରାୟଣୀ ମନ୍ଦିରରୁ ରାଧାକୃଷ୍ଣ ଚୋରୀ କରିଥିବା ଜଣାଯାଇଚି । ବିଭିନ୍ନ ମନ୍ଦିର ମାନଙ୍କରୁ ଏହି ବାବା ଚୋରୀ କରୁଥିବା କେନ୍ଦ୍ରାପଡ଼ା ଏସଡିପଓ ଜୟନ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୁଦାନଗିରି ଥାନା ଆଇଆଇସି ଦେବାଶିଷ ପଣ୍ଡା ଓଳାଶୁଣୀ ମଠମନ୍ଦିରରୁ ଶାଳଗ୍ରାମ ମୃର୍ତ୍ତି କନ୍ତିଆ ମଠରୁ କିଛି ମୃର୍ତ୍ତି ଶାଳଗ୍ରାମ ଚୋରିକରିଥିବା ଆନନ୍ଦ ଦାସ ପୋଲିସ ନିକଟରେ ମାନିôତଲେ । ଭକ୍ତମାନଙ୍କୁ ମୃର୍ତ୍ତି ଗୁଡ଼ିକ ବିକ୍ରି କରୁଥିବା ବେଳେ, ବାବାଙ୍କ ଘର ଜଗତସିଂହପୁର ଜିଲ୍ଲା ଏରସା ଥାନା ଜପାଗାଁରେ ହୋଇଥିବା ଜଣାଯାଇଚି । ତାର ପ୍ରକୃତ ନାମ ଅଜ୍ୟସ୍ମୃତି ସାହୁ(ଲିପୁ)କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଚି ।

Related Posts

About The Author

Add Comment