ଓଳାଶୁଣି ମେଳା ପ୍ରସ୍ତୁତି ବୈଠକ

Spread the love

ଯାଜପୁର, ତା ୩୧ା୧୨ : ଆସନ୍ତା ଜାନୁୟାରୀ ମାସ ୧୮ ତାରିଖ ରୁ ଆରମ୍ଭ ହେବାକୁ ଥିବା ଓଡିଶା ପ୍ରସିଦ୍ଧ ଓଳାଶୁଣି ମେଳା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଓଳାଶୁଣୀ ପୀଠ ଗଣେଷ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଚ୍ଥି । ଯାଜପୁର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୈଠଳରେ ମେଳା ସମ୍ୱନ୍ଧୀୟ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବୈଠକରେ ବଡଚଣାର ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ କହିଲେ ଯେ, ଓଳାଶୁଣି ମେଳା ଏକ ସ୍ଥାନୀୟ କାର୍ଯ୍ୟକ୍ରମ ନୁହେଁ । ଏହା ରାଜ୍ୟର ପ୍ରସିଦ୍ଧ ମେଳା । ଆଖ ପାଖ ୩ ଗୋଟି ଜିଲ୍ଲାର ଶ୍ରଦ୍ଧାଳୁଙ୍କ ସମେତ ହଜାର ହଜାର ସାଧୁ ସନ୍ଥ ଏହି ମେଳାରେ ସମାଗମ ହୋଇଥାନ୍ତି । ଏଣୁ ଏ କାର୍ଯ୍ୟକ୍ରମରେ ମେଳା କମିଟି, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନ ସାଧାରଣ ଏବଂ ଜନ ପ୍ରତିନିଧି ମାନଙ୍କର ମିଳିତ ସହଯୋଗ ଆବଶ୍ୟକ । ମେଳାରେ ୧୦ ଦିନ ଧରି ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେତୁ ସ୍ୱଚ୍ଚ୍ଥତା ଓ ପରିମଳ ଊପରେ ବିଶେଷ ଧ୍ୟାନ ଦେବା ଦରକାର । ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତି, ନିରବଚ୍ଚ୍ଥିନ୍ନ ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଟ୍ରାପିଂକ୍ ବ୍ୟବସ୍ଥା ଆଦିକୁ ପ୍ରଶାସନିକ ସ୍ତରରେ ସଜାଡିବାକୁ ବିଧାୟକ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଳିକ କହିଲେ ଯେ, ମେଳା ରପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବ । ପ୍ରଶାସନ ତରପଂରୁ ପାନୀୟ ଜଳ ଯୋଗାଣ, ପରିମଳ, ଟ୍ରାପିଂକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା, ଦମକଳ କେନ୍ଦ୍ର ସ୍ଥାପନ କରିବାକୁ ପଦକ୍ଷେପ ମାନ ନିଆଯିବ । ପାହାଡର ଶୀର୍ଷରେ ଓ ପାଦ ଦେଶରେ ପୋଲିସ ଆଉଟପୋଷ୍ଟ ରହିବା ସହ ଚ୍ଥିନ୍‌ତାଇ ରୋକିବାକୁ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ରହିବେ । ମେଳାରେ ବେଆଇନ ମଦ ବିକ୍ରି ଉପରେ ଚଢାଉ କରାଯିବା ସହ ମଦ୍ୟପ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ମେଳାର ଅବ୍ୟବହିତ ପୂର୍ବରୁ ରାସ୍ତା ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ । ସର୍ବୋପରି ମେଳାକୁ ସର୍ବାଙ୍ଗ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଳିକ ସମସ୍ତଙ୍କୁ ନିବେଦନ କରିଥିଲେ । ବୈଠଳରେ ଅନ୍ୟମାନଙ୍କ ମଧ୍ୟରେ ମଠର ମହନ୍ତ ନାମାନନ୍ଦ ଦାସ, ଯାଜପୁର ଊପଜିଲ୍ଲାପାଳ ଗୋପିନାଥ କୁଅଁର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳିକ, ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ର, ଏସ ଡି.ପି.ଓ. ସଂଜୟ ପଟ୍ଟନାୟକ, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଅବକାରୀ ଅଧିକ୍ଷକ ଅଜୟ କୁମାର ଜେନା, ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଳିକ, ଓଳାଶୁଣି ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଶୁଭେନ୍ଦ ଭୂୟାଁ ,ସ୍ଥାନୀୟ ଜନ ପ୍ରତିନିଧି ଓ ସ୍ୱେଚ୍ଚ୍ଥସେବୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment