ଯାଜପୁର, ତା ୧୭ା୮ : ଯାଜପୁର ଜିଲ୍ଳ୍ା ପକ୍ଷରୁ ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରପ୍ରାପ୍ତ ଜିଲ୍ଳ୍ାପାଳ ଅକ୍ଷୟ କୁମାର ମଲ୍ଲ୍ିକ ପିଲା ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ଉନ୍ମେଷ ପାଇଁ ଏହିଭଳି ପ୍ରତିଯୋଗିତା ଜରୁରୀ ବୋଲି କହିଥିଲେ । ଭବିଷ୍ୟତରେ ପିଲାମାନେ ଅଧିକ ପରିଶ୍ରମ କରିବା ସହ ଅଧିକରୁ ଅଧିକ ସପଂଳତା ପାଇବାକୁ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ନିଜର ଦକ୍ଷତା ଓ ପ୍ରତିଭାକୁ ପ୍ରଦର୍ଶନ କରିବା ସହ ପ୍ରତ୍ୟେକ କ୍ଷେତ୍ରରେ ନିଜର ପରାକାଷ୍ଠାକୁ ପ୍ରତିପାଦିତ କରିବାକୁ ପିଲା ମାନଙ୍କୁ ଆହାନ ଦେଇଥିଲେ । ଜିଲ୍ଳ୍ା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କରୋନା କଟକଣା ପାଇଁ ଏହି ପ୍ରତିଯୋଗିତା ଗୁଡିକ ଅନ୍ଲାଇନ୍ରେ କରାଯାଇଥିବାର ସୂଚନା ଦେଇଥିଲେ । ରାଜ୍ୟ ସ୍ତର ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସରେ ରାମପୁର, ବରୀର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଅଙ୍କିତା ସାହୁ ସାଧାରଣଜ୍ଞାନ ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ଏକ ହଜାର ପାଞ୍ଚ ଶହ ଟଙ୍କା ସହ ମାନପତ୍ର ଓ ଟ୍ରପିଂ ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଳ୍ା ସ୍ତରରେ କନିଷ୍ଠ ବର୍ଗରେ ସାଧାରଣଜ୍ଞାନ ପ୍ରତିଯୋଗିତାରେ ରାମପୁର, ବରୀର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଅଙ୍କିତା ସାହୁ ପ୍ରଥମ, ଏସ୍.ଏସ୍.ଭି.ଏମ୍. ହରିପୁର, ସୁକିନ୍ଦାର ଚ୍ଥାତ୍ରୀ ସମୀକ୍ଷା ପ୍ରଧାନ ଦି୍ୱିତୀୟ, ଦଶରଥପୁର ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ରାଜଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ କରାଯାଇଥିଲା । ଓଡିଆ ବକ୍ତୃତା ପ୍ରତିଯୋଗିତାରେ କନିଷ୍ଠ ବର୍ଗର ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଅନ୍ୱେଷା ସାମଲ ପ୍ରଥମ, ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ, ଶଙ୍ଖଚିଲାର ଚ୍ଥାତ୍ରୀ ବିଷ୍ଣୁପ୍ରିୟା ବେହେରା ଦି୍ୱିତୀୟ, ଭଗବତୀ ଉଚ୍ଚ ବିଦ୍ୟାଳୟ, ସିହାର ଚ୍ଥାତ୍ର ଊଦୟ କୁମାର ସାହୁ ତୃତୀୟ ସ୍ଥାନ, ଦେଶାତ୍ମବୋଧ କବିତା ଆବୃତ୍ତିରେ କନିଷ୍ଠ ବର୍ଗର ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଗାୟତ୍ରୀ ସାହୁ ପ୍ରଥମ, ଓ.ଏ.ଭି. ମାଧପୁରର ଚ୍ଥାତ୍ର ଓମ୍ ପ୍ରକାଶ ଦାସ ଦ୍ୱିତୀୟ, ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତୀ ତନୁଶ୍ରୀ ସାହୁ ତୃତୀୟ ସ୍ଥାନ, ବରିଷ୍ଠ ବର୍ଗର ବକ୍ତୃତା ପ୍ରତିଯୋଗିତାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର, ବରୀର ଚ୍ଥାତ୍ରୀ କୋୟଲ ସାମଲ ପ୍ରଥମ, ସମରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ସାଉଡିଆର ଚ୍ଥାତ୍ରୀ ପ୍ରଜ୍ଞା ପରମିତା ସାହୁ ଦ୍ୱିତୀୟ, ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଓମ୍ ପ୍ରକାଶ ରାଉତ ତୃତୀୟ ସ୍ଥାନ, ବରିଷ୍ଠ ବର୍ଗର ଦେଶାତ୍ମବୋଧ କବିତା ପ୍ରତିଯୋଗିତାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର, ବରୀର ଚ୍ଥାତ୍ରୀ ଶ୍ରେୟାଶ୍ରୀ ଜେନା ପ୍ରଥମ, ଜି.ଏମ୍. ଉଚ୍ଚ ବିଦ୍ୟାଳୟ, ସୁକିନ୍ଦାର ଚ୍ଥାତ୍ରୀ ଇପ୍ସିତା ମଲ୍ଲିକ ଦ୍ୱିତୀୟ, କବି ଅନନ୍ତ ବିଦ୍ୟାପୀଠ, ଭାକୁଡର ଚ୍ଥାତ୍ରୀ ଲକ୍ଷ୍ମୀପ୍ରିୟା ଲେଙ୍କା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସାଧାରଣ ଜ୍ଞାନରେ ବରିଷ୍ଠ ବର୍ଗର ପ୍ରତିଯୋଗିତାରେ ଶଙ୍ଖଚିଲା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ସ୍ନେହାସିଷ ସାହୁ ପ୍ରଥମ, ସି.ଏଲ୍.ଏନ. ଖରଡି, ସୁକିନ୍ଦାର ଚ୍ଥାତ୍ରୀ ଶ୍ୱେତପଦ୍ମା ମହାରଣା ଦ୍ୱିତୀୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର, ବରୀର ଚ୍ଥାତ୍ର ଆକାଶ କୁମାର ଯେନା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ କରାଯାଇଥିଲା ।
ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପ୍ରତିଯୋଗିତାର ପୁରସ୍କାର ପ୍ରଦାନ
|
August 18, 2021 |