ଭୁବନେଶ୍ୱର, ୧୫/୬ (ସନ୍ଧାନ ନିୟୁଜ) ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଓଡିଶାର ରବି ନାରାୟଣ ମିଶ୍ରଙ୍କୁ ନିଯୁକ୍ତି କରାଯାଇଛି। ଶ୍ରୀ ମିଶ୍ର କେନ୍ଦ୍ରୀୟ ବ୍ୟାଙ୍କର ରିସ୍କ ମ୍ୟାନେଜଣ୍ଟ ବିଭାଗରେ ପ୍ରିନ୍ସପାଲ ଚିଫ ଜେନେରାଲ ମ୍ୟାନେଜର ଦାଇତ୍ୱରେ ଥିଲୋ ତାଙ୍କୁ ପଦୋନ୍ନତି ଦିଆଯାଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସୂଚନାଯୋଗ୍ୟ ବ୍ୟାଙ୍କର ରୋଜମେରୀ ସେବାଷ୍ଟାଇନ୍ଙ୍କ ଅବସର ପରେ ଏହି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ପଦ ଖାଲି ପଡ଼ିଥିଲା।ରିଜର୍ଭ ବ୍ୟାଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସ୍ୱତନ୍ତ୍ର କ୍ୟାଡରରେ ଶ୍ରୀ ମିଶ୍ରଙ୍କୁ ଅବସ୍ଥାପିତ କରାଯିବ। ଏହି କ୍ୟାଡର ଚେନ୍ନାଇରେ ଗତ ମେ’ ମାସ ୨୧ରେ ଆୟୋଜିତ ସେଣ୍ଟ୍ରାଲ ବୋର୍ଡ ମିଟିଙ୍ଗର ନିଷ୍ପତ୍ତି କ୍ରମେ ସୃଷ୍ଟି କରାଯାଇଥିଲା। ଏତଦ୍ ବ୍ୟତୀତ ଶ୍ରୀ ମିଶ୍ର ଅନ୍ୟ ବିଭାଗଗୁଡ଼ିକ (କର୍ପୋରେଟ ବ୍ୟାଙ୍କ, ଅନ୍ୟାନ୍ୟ ନନ୍-ବ୍ୟାଙ୍କିଙ୍ଗ ଫାଇନାନସିଆଲ କମ୍ପାନୀ) ଉପରେ ମଧ୍ୟ ଦୃଷ୍ଟି ଦେବେ ବୋଲି ସୂଚନା ମିଳିଛି।
ଓଡିଶାର ରବି ନାରାୟଣ ମିଶ୍ରଙ୍କୁ ଆରବିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ପଦୋନ୍ନତି
|
June 15, 2019 |
