ଭୁବନେଶ୍ୱର, ୦୮/୧୧/୨୦ (ସନ୍ଧାନ ନିଉଜ) :୦୮ ନଭେମ୍ବର ଅପରାହ୍ନ ୩-୪.୩୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଅକ୍ସଫାମ୍ ଇଣ୍ତିଆର ଉପ-ମୁଖ୍ୟ ଡ଼ ପ୍ରଭାସ ମିଶ୍ର ବକ୍ତବ୍ୟରେ ଓଡିଶା ଅର୍ଥନୀତିର ବିଭିନ୍ନ ସମସ୍ୟା ତଥା ସମାଧାନ ଗୁଡିକ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଆଜୀବନ ସଦସ୍ୟ ତଥା ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର ଅର୍ଥନୀତି ବିଭାଗର ପ୍ରଫେସର୍ ଡ଼ ମୀନକେତନ ବେହେରା ଏଥିରେ ପୌରୋହିତ୍ୟ କରିଥିବା ସ୍ଥଳେ ସଂଯୋଜନା କରିଥିଲେ ସ୍ୱମୀ ବିବେକାନନ୍ଦ ଲୋକ ସଂସଦର ଯୋଗାଯୋଗ ବିଭାଗର ମୁଖ୍ୟ ସମ୍ପାଦକ ତଥା ଗୀତମ୍ ବିଶ୍ୱବିଦ୍ୟାଳୟ ର ଅର୍ଥନୀତି ବିଭାଗର ସହାୟକ ପ୍ରଫେସର୍ ଡ଼ ପ୍ରିୟବ୍ରତ ଶତପଥି ।
ପ୍ରାରମ୍ଭରେ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ବିବେକାନନ୍ଦ ଯୁବ ସଂସଦର ରାଜ୍ୟ ଆବାହକ ଅଧ୍ୟାପକ ବିନାୟକ ଘୋଷ ବିବେକବାଣୀ ପାଠ କରିଥିଲେ । ଯୁବସଂସଦ ପରିଚାଳନା ସମିତିର ନର୍ମଦା ଦଳର ସ୍ୱୟଂଶ୍ରୀ ବାରିକ, ଲିଟୁ ସେଠୀ, ଏବଂ ଅଭିପ୍ସା ମିଶ୍ର ସଭା ପରିଚାଳନା କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୟୁରଭଞ୍ଜ ଜିଲ୍ଲାର ଯୁବ ସଂସଦର ଜିଲ୍ଲା ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ସ୍ଵର୍ଣ୍ଣପ୍ରଭା ରାଉତ । ଶେଷରେ ସମବେତ ଶାନ୍ତି ପାଠ କରାଯାଇ ସଭା କାର୍ଯ୍ୟ ଶେଷ କରାଯାଇଥିଲା। ଆଗାମୀ ରବିବାର “ମୋ ଗାଁ” ଶୀର୍ଷକ ଇ-କବିତା ଆସର ଆୟୋଜିତ ହେବର ସୂଚନା ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ପ୍ରକାଶ କରିଥିଲେ।



