ଓଡିଶାରେ ୮୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ମୋଟ ଆରାଗ୍ୟ ସଂଖ୍ୟା ୧୩୨୫

Spread the love

ଭୁବନେଶ୍ୱର , ୦୨/୦୬/୨୦ (ସନ୍ଧାନ ନିଉଜ) : ଆଜି ରାଜ୍ୟରେ ୧୪୧ ଜଣ କରୋନାଭାଇରସ୍ ରେ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦ ଜଣ। ପୁରୀରୁ ସର୍ବାଧିକ ୧୭ ସୁସ୍ଥ ହୋଇଛନ୍ତି, କେନ୍ଦ୍ରାପଡା ଏବଂ ମାଲକାନଗିନିରୁ ୧୬ ଲେଖାଏଁ ସୁସ୍ଥ ହୋଇଥିବାବେଳେ କଟକରୁ ୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝର, ଝାରସୁଗୁଡା, ନୟାଗଡ, ସୋନପୁର ଏବଂ ସୁନ୍ଦରଗଡରୁ ୩ ଲେଖାଁଏ ସୁସ୍ଥ ହୋଇଛନ୍ତି। ଗଞ୍ଜାମ, କନ୍ଧମାଳ ଏବଂ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଏଥିସହିତ ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିମଧ୍ୟରୁ ୯୧୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

Related Posts

About The Author

Add Comment