ଓଡ଼ିଶା ସାମ୍ବାଦିକ ସଂଘ(OJU) ତରଫରୁ ଜମନକିରା ଆଇଆଇସି ଙ୍କୁ ବିଦାୟ ସମ୍ବର୍ଦ୍ଧନା

Spread the love

ଜମନକିରା ତାରିଖ:୯/୬/୨୦୨୩( ସନ୍ଧାନ ନିଉଜ /ଜିତେନ୍ଦ୍ର ମୁଦୁଲି)ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଆଇଆଇସି ପ୍ରେମଜୀତ ଦାସ ଙ୍କୁ ବୁଧବାର ଦିନ ସନ୍ଧ୍ୟାରେ,ଜମନକିରା ସାମ୍ବାଦିକ ସଂଘ ଓଜେୟୁ ତରଫରୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରରେ ସମ୍ବଲପୁର ଓଜେୟୁ ର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ଦାନୀ,ସତ୍ୟ ମହାପାତ୍ର, ଅକ୍ଷୟ ଦେହୁରୀ, ଜିତେନ୍ଦ୍ର ମୁଦୁଲି, ଲିପୁନ ନାଏକ ଉପସ୍ଥିତ ରହି ବିଦାୟ କାଳିନ ସମ୍ବର୍ଦ୍ଧନା ଜଣାଇଥିଲେ। ଆଇଆଇସି ପ୍ରେମଜୀତ ଦାସ ଜମନକିରା ଥାନା ରେ ଦୁଇ ବର୍ଷ ୧୯ ଦିନ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟ ରେ ଅଞ୍ଚଳ ବାସୀ ସନ୍ତୁଷ୍ଟ ଥିବା ରୁ ସେ ସମସ୍ତଙ୍କ ର ପ୍ରିୟ ଭାଜନ ହୋଇପାରିଥିଲେ। ଶ୍ରୀ ଦାସ ମଧ୍ୟ ଜଣେ ପ୍ରକୃତି ପ୍ରେମି ଥିଲେ। ଅଞ୍ଚଳ ର ସୌନ୍ଦର୍ଯ୍ୟ ଥିବା ସ୍ଥାନ ଗୁଡ଼ିକର ଫଟୋ ଫେସ୍ ବୁକ୍ ରେ ପ୍ରସାର କରି ଜନସାଧାରଣଙ୍କ ଭଲ ପାଇବା ସାଉଁଟି ଥିଲେ।

Related Posts

About The Author

Add Comment