ଓଡ଼ିଶା ରାଜ୍ୟ ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, କୃଷି ଓ ପର୍ଯ୍ୟଟନରେ ଅପାର ସମ୍ଭାବନାର ଭଣ୍ଡାର। ରାଜ୍ୟର ବିଭିନ୍ନ ଜିଲ୍ଲାର ଭୌଗୋଳିକ ଓ ସାମାଜିକ-ଆର୍ଥିକ ବିଶେଷତାକୁ ଧ୍ୟାନରେ ରଖି ନିମ୍ନଲିଖିତ ବିକାଶ ପଦକ୍ଷେପ ଗ୍ରହଣ କରାଯାଇପାରେ।ପର୍ଯ୍ୟଟନ ଜୋନ୍ ବିକାଶ (Tourism Zones Development ଓଡ଼ିଶାର ପୁରୀ, ଭୁବନେଶ୍ୱର, କୋଣାର୍କ, ଚିଲିକା, ସିମିଲିପାଳ, ଦାରିଙ୍ଗବାଡ଼ି, ଦେଓମାଳି, ତିର୍ଥଗଡ଼ ଓ ଗନ୍ଧମାର୍ଦ୍ଦନ ପାହାଡ଼ ଭଳି ଅଞ୍ଚଳକୁ ବିଶେଷ ପର୍ଯ୍ୟଟନ ଜୋନ୍ ଭାବେ ଉନ୍ନତ କରାଯାଇପାରେ।ଐତିହାସିକ ରାଜମହଳଗୁଡ଼ିକୁ ସଂଗ୍ରହାଳୟରେ ପରିଣତ କରିବା/ଇକୋ-ଟୁରିଜମ, ଜନଜାତିୟ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ,ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ସୃଷ୍ଟ କୃଷି ଓ ଉଦ୍ୟାନଚାଷ (Agriculture & Horticulture Development ଓଡ଼ିଶାର ଅର୍ଥନୀତିର ମୂଳ ଭିତ୍ତି ହେଉଛି କୃଷି।କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ାରେ ମିଲେଟ୍ସ, ଡାଲି ଓ ତୈଳବୀଜ ଚାଷକୁ ପ୍ରୋତ୍ସାହନ ମୟୂରଭଞ୍ଜ, କନ୍ଧମାଳ ଓ ଗଞ୍ଜାମରେ ହଳଦୀ, ଅଦା, ପାଇନାପଲ୍, ଆମ୍ବ ଓ କାଜୁ ଭଳି ଉଦ୍ୟାନଚାଷର ବିସ୍ତାର କନ୍ଧମାଳ ଓ କୋରାପୁଟରେ ଟ୍ୟୁବର ଫସଲ ଗବେଷଣା କେନ୍ଦ୍ର ସ୍ଥାପନକଦଳୀ ଓ ଘାସ ଗବେଷଣା କେନ୍ଦ୍ର ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କଦଳୀ ଗବେଷଣା କେନ୍ଦ୍ର ସ୍ଥାପନ କରି ଉଚ୍ଚ ଫଳନ ଓ ରୋଗ ପ୍ରତିରୋଧୀ ପ୍ରଜାତି ଉନ୍ନୟନ ସୁନ୍ଦରଗଡ଼, ଦେଓଗଡ଼ ଓ କେଉଁଝରରେ ଘାସ ଓ ପଶୁଆହାର ଗବେଷଣା କେନ୍ଦ୍ର, ଯାହା ପଶୁପାଳନକୁ ସାହାଯ୍ୟ କରିବ ପଶୁସମ୍ପଦ ଓ ମତ୍ସ୍ୟ ଉନ୍ନତି ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷର ବିସ୍ତାର,ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଡେୟାରୀ, ଛେଳି ଓ କୁକୁଡ଼ି ପାଳନ ପାଇଁ କ୍ଲଷ୍ଟର ଭିତ୍ତିକ ଯୋଜନା ଐତିହ୍ୟ ସଂଗ୍ରହାଳୟ ଓ ସାଂସ୍କୃତିକ ଗବେଷଣା-ବାରିପଦା, ଖୋର୍ଦ୍ଧା, ରାଣୀପୁର-ଝରିଆଲ, ପଟ୍ଟାମୁଣ୍ଡାଇ ଓ ଜୟପୁରର ରାଜମହଳଗୁଡ଼ିକୁ ହେରିଟେଜ୍ ମ୍ୟୁଜିୟମ୍ ଭାବେ ବିକାଶ ଭୁବନେଶ୍ୱର କିମ୍ବା ପୁରୀରେ ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥାପନ, ଯାହା ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ କଳାର ସଂରକ୍ଷଣ କରିବ ଏହି ସମସ୍ତ ସମ୍ଭାବନାଭିତ୍ତିକ ପଦକ୍ଷେପ ରାଜ୍ୟର ସମତୁଳିତ ଆଞ୍ଚଳିକ ବିକାଶ, ରୋଜଗାର ସୃଷ୍ଟି, କୃଷକ ଓ କଳାକାରଙ୍କ ଆୟ ବୃଦ୍ଧି, ସହିତ ଓଡ଼ିଶାର ସାଂସ୍କୃତିକ ଗୌରବ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବ।
ଓଡ଼ିଶାର ସମ୍ଭାବନାଭିତ୍ତିକ ସମଗ୍ର ବିକାଶ ପଦକ୍ଷେପ
|
January 18, 2026 |



