ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ରାଜଧାନୀ ଭୁବନେଶ୍ବରର ସାଲିଆସାହିରୁ ବିଜେଡିକୁ ଅଭିନେତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ହେମାମାଳିନୀଙ୍କ ଟାର୍ଗେଟ । ଆଶୀର୍ବାଦ ସମାବେଶରେ ମୁମ୍ବାଇ ଧରାବୀର ଉଦାହରଣ ଦେଇ ସାଲିଆସାହିର ବିକାଶ କେତେ ହୋଇଛି ପଚାରିଛନ୍ତି ହେମା । ରାଜ୍ୟରେ କଂଗ୍ରେସ ଓ ବିଜେଡି ସରକାର ବହୁ ବର୍ଷ କ୍ଷମତାରେ ରହିବା ପରେ ବି ରାଜ୍ୟର ସେପରି ଆଖିଦୃଶିଆ ବିକାଶ ହୋଇନି, ବରଂ ଏଠାରେ ଭ୍ରଷ୍ଟାଚାର ବଢ଼ିଛି ବୋଲି ସେ କହିଛନ୍ତି । ରାଜ୍ୟ ସରକାର କିଛି କାମ କରୁ ନ ଥିବା ବେଳେ ଭାବୁଛନ୍ତି ବହୁ ବିକାଶ କରୁଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୮ ଲକ୍ଷ କୋଟି ଦେଇଛନ୍ତି, କିନ୍ତୁ ବିକାଶ ହୋଇନି । ଏଠାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହୋଇପାରିବ । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏଠି ସୁଭଦ୍ରା ଯୋଜନା ଲାଗୁ କରାଯିବ । ସବୁ ମହିଳାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ମିଳିବ ବୋଲି କହିଛନ୍ତି ହେମା ।ଆଗକୁ ସେ କହିଛନ୍ତି, ଓଡ଼ିଶାରେ ବିଜେଡି ସରକାର ୨୫ ବର୍ଷ ଶାସନରେ ରହିଥିଲେ ବି ରାଜ୍ୟର କୌଣସି ଆଖିଦୃଶିଆ ଉନ୍ନତି କରି ପାରିନାହାନ୍ତି। ଅଥଚ ମୋଦିଜୀଙ୍କ ନେତୃତ୍ୱରେ ସମଗ୍ର ଦେଶର ନବନିର୍ମାଣ ହେଉଛି । ତେଣୁ ଓଡ଼ିଶାର ବିକାଶ ପାଇଁ ଏଠାରେ ବି ଡବଲ ଇଞ୍ଜିନ ସରକାର ଆସିବା ଦରକାର । ହେମାମାଳିନୀ କହିଛନ୍ତି, ଓଡ଼ିଶା ଏକ ସୁନ୍ଦର ସ୍ଥାନ । ଏହାର ସଂସ୍କୃତି ଖୁବ୍ ଉଚ୍ଚକୋଟୀର । ପର୍ଯ୍ୟଟନ କ୍ଷେତ୍ରରେ ଏଠାରେ ରହିଛି ଭରପୂର ସୁଯୋଗ । ଏହା ସତ୍ତ୍ୱେ ଏହି ରାଜ୍ୟର ଉନ୍ନତି ହୋଇପାରୁନି । ଏଠାରେ ଦୁର୍ନୀତି, ଭ୍ରଷ୍ଟାଚାର ବଢ଼ି ଚାଲିଥିବା ବେଳେ ବେକାରୀ ହାର ବି ବଢ଼ି ଯାଇଛି । ତେଣୁ ଏଠାରେ ସରକାରରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ।
ଓଡ଼ିଶାରେ ବିକାଶ ହେଉନି, ଭ୍ରଷ୍ଟାଚାର ବଢ଼ିଛି: ହେମାମାଳିନୀ
|
May 17, 2024 |
![](https://sandhannews.com/wp-content/uploads/2024/05/image_cropper_1715940430473.jpg)