ଓଡ଼ିଶାରେ ଦରିଦ୍ରର କରାଳ ରୂପ, ମାଲକାନଗିରିରେ ଦୁଇ ସନ୍ତାନଙ୍କୁ ବିଷ ଦେବା ପରେ ବିଷ ପିଇଲେ ମା; ମା ମୃତ , ପୁଅ ଝିଅ ଗୁରୁତର

Spread the love

ମାଲକାନଗିରି,୩୦/ ୬ (ସନ୍ଧାନ ନିୟୁଜ) ଦାରିଦ୍ରତା ତାଡନାରେ ବସବର୍ତିହୋଇ ଜଣେ ଆଦିବାସୀ ବିଧବା ମହିଳା ନିଜର ଜନ୍ମିତ ଦୁଇଶିଶୁଙ୍କୁ ବିଷଦେଇ ନିଜେ ବିଷପିଇ ଆତ୍ମହତ୍ୟା କରିବା ଓ ବିଷଜ୍ୱାଳାରେ ଗରୁତର ହୋଇ ଦୁଇଶିଶୁ ହସପିଟାଲରେ ଚିକିତ୍ସିତ ହେବାଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ଆଲୋଡନ ସୃଷ୍ଟିକରିବାସହ ଶୋକର ଛାୟା ଖେଳାଇଦେଇଛି । ଏହି ପରି ଅଭାବନୀୟ ଦୁଃଖଦ ଘଟଣା ମାଲକାନଗିରି ସଦରବ୍ଲକସ୍ଥ ଗୌଡଗୁଡା ପଚାଂୟତ ଗରେଇଗୁଡା ଗ୍ରାମରେ ଘଟିଯାଇଛି । ସେହି ଗ୍ରାମର ସୀତାମାଡକାମି(୩୦) ଜଣେ ବିଧବା ଆଦିବାସୀ ମହିଳା,ତାଙ୍କ ସ୍ୱାମୀ ମୁକାମାଡକାମି(୩୫) ଟିବି ରୋଗରେ ଆକ୍ରନ୍ତ ହୋଇ ଅର୍ଥଅଭାବରୁ ଠିକ ଭାବେ ଚିକିତ୍ସିତ ହୋଇନପାରି ଦୀର୍ଘଦୁଇବର୍ଷ ଧରି ରୋଗ ଶଯ୍ୟାରେ ପଡି ଗତ ଦୁଇମାସତଳେ ତାଙ୍କର ମୃତ୍ୟୁଘଟିଛି । ଘରକୁ ଦୁଇଟି ଛୋଟ ଛୋଟ ପିଲା ପୁଅ ଦେବେନ୍ଦ୍ରମାଡକାମି(୭)ଝିଅ ଧରିତ୍ରୀ ମାଡକାମି(୪), ସରକାରଙ୍କ ପକ୍ଷରୁ ଇନ୍ଦିରା ଆବାସଟିଏ ମିଳିନଥିବାରୁ ଭଙ୍ଗାଚାଳିଆ ଘରେ ଜରି ଟାଙ୍ଗି ଖରାବର୍ଷାରେ ରହିବାସହ ବହୁକଷ୍ଠରେ ପରଘରେ କୁଲିମଜୂରୀ ଲାଗି ନିଜ ପିଲାଙ୍କ ପେଟକୁ ଦାନାଯୋଗାଡ କରିଆସୁଥିଲେ ସୀତା ,ଘରେ ଯହା ଗାଇ ଗୋରୁ ଧାନଚାଉଳ ଥିଲା ସବୁ ସ୍ୱାମୀଙ୍କ ଚିକିତ୍ସାରେ ଖର୍ଚହୋଇ ଯାଇଥିଲା । ଦିନକୁ ଦିନ ତାଙ୍କର ପରିସ୍ଥିତି ଖରାପ ହେବାକୁ ଲାଗିଲା,ସ୍ୱାମୀ ମରିବାର ଦୁଇମାସ ବିତି ଯାଇଥିଲେ ମଧ୍ୟ ସୀତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା କି ପରିବାର କଲ୍ୟାଣ ଯୋଜନାର ୨୦ହଜାର ଟଙ୍କା ମିଳିନାହିଁ । ବୃଦ୍ଧା ଶାଶୁ ବୁଦ୍ରୀମାଡକାମି,ବୃଦ୍ଧ ଶଶୁର ସନା ମାଡକାମି ସେହି ଗାଁରେ ଥିଲେ ମଧ୍ୟ ସେମାନେ ଆଗରୁ ଭିନ୍ନେହୋଇ ଯାଇଛନ୍ତି, ସେମାନଙ୍କ ଅବସ୍ଥା ମଧ୍ୟଭଲା ନାହିଁ, ସନାମାଡକାମି ଙ୍କ ହାତ ଧାନପେଡୁଥିବା ସମୟରେ କଟି ଯାଇ ସେ ଭିନ୍ନ କ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଭିନ୍ନ କ୍ଷମ ଭତା ମିଳିନାହିଁ , ସେମାନଙ୍କ ଅବସ୍ଥା ଭଲ ନାହିଁ ସେମାନେ ବା ବିଧବା ବୋହୁକୁ କଣ ସହାଯତା କରିବେ ।  କେତେ ଦିନ ବା ଦାରିଦ୍ରତାରେ ପିଲାଛୁଆଙ୍କୁ ଧରି ରହିବ,ସୀତା ସବୁବେଳେ ଅନ୍ୟମନସ୍କପରି ରହୁଥିଲା,ଗତକାଲି ରାତ୍ରରେ ସୀତାଙ୍କର ହଟାତ କଣ ହେଲା କେଜେଣି ଗୋଟିଏ ଥଣ୍ଡାବୋତଲ ଆଣି  ପିଲାଙ୍କୁ ପିଇବାକୁ ଦେଇ ବିସ୍କୁଟଖାଇବାକୁ ଦେଇ ନିଜେ ସବୁତକ ବୋତଲୁ ଥଣ୍ଡାପିଇଦେଇଥିଲା , ସେ ବିସ୍କୁଟଖାଇ ଥଣ୍ଡାପିଇଲା ପରେ ପିଲାମାନଙ୍କ ଚିତ୍କାର ଶୁଣି ପାଖରେ ଥିବା ଶଶୁର, ଶାଶୁ ,ପଡୋଶୀ ଓ ଗ୍ରାମବାସୀ ମାନେ ସୀତାଙ୍କ ଘରେ ପହଁଚି ଦେଖିଲା ବେଳକୁ ସୀତା ଅଚେତ ହୋଇପଡିଛନ୍ତି, ତାଙ୍କ ପାଟିରୁ ଫେଣବାହାରୁଛି, ଦୁଇଟି ପିଲାଙ୍କ ପାଟିରୁ ମଧ୍ୟ ଫେଣ ବାହାରୁଛି, ସେମାନେ ଗାଁରେ ଥିବା ଆଶାକର୍ମୀ ଙ୍କୁ ଜଣାଇବାରୁ ଆଶାକର୍ମୀ ବିମଳାମାଡକାମି ସଙ୍ଗେସଙ୍ଗେ ଏକ ଅଟୋ ଭଡାକରି ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ରାତ୍ର୯ଟାରେ ହସପିଟାଲରେ ପହଁଚିଲା ପରେ ସେଠାରେ ସୀତା ମାଡକାମିଙ୍କୁ ମୃତବୋଲି ଡାକ୍ତର ଘୋଷଣା କରିଥିଲେ । ଦୁଇଶିଶୁଙ୍କୁ ଡାକ୍ତର ଚିକିତ୍ସା କରି ଜାଣିବାକୁ ପାଇଲେ ସେମାନେ  ବିଷପ୍ରତ୍ରୀୟା ଦ୍ୱାରା ଗୁରତର ହୋଇପଡିଛନ୍ତି ।ଶିଶୁବିଭାଗ ଡାକ୍ତର ସନ୍ତୋଷ ମିଶ୍ର ଙ୍କ ଅକ୍ଲାନ୍ତ ପରିଶ୍ରମଦ୍ୱାରେ ଆଜି ସକାଳେ ଦୁଇଶିଶୁଙ୍କ ଅବସ୍ଥାରେ ଉନ୍ନତିଘଟିଛି, ସେମାନଙ୍କ ଶରୀରରୁ ବିଷପ୍ରକ୍ରିୟା ଦୁର ହୋଇ ସେମାନେ ବିପଦମୁକ୍ତ ଥିବାର ଡାକ୍ତର ଶ୍ରୀମିଶ୍ର କହିଛନ୍ତି ।ଏ ସଂପର୍କ ରେ ମାଲକାନଗିରି ଥାନାରେ ଅଭିଯୋଗ ହେବାପରେ ଘଟଣାସ୍ଥଳରେ ମାଲକାନଗିର ଥାନା  ଅଧିକାରୀ ରଜଂନକୁମାର ସାହୁ ପୁଲିସ ସଦଳବଳ ସହ ପହଁଚି ସୀତାର ମୃତ ଶରୀର ଜବତକରି ଶବବ୍ୟବଛେଦ ପାଇଁ ପଠାଇ ମୃତ୍ୟୁର କାରଣ କଣ ହୋଇପାରେ ବୋଲି ତଦନ୍ତଆରମ୍ଭ କରିଦେଇଛନ୍ତି । ପୁଲିସର  ପ୍ରାଥମିକ ତଦନ୍ତରୁ ଜଣାପଡିଛି ସୀତା ମାଡକାମିଙ୍କ ସ୍ୱାମୀଙ୍କ ର ମୃତ୍ୟୁ ପରେ ସେ ଭଙ୍ଗିପଡିଥିଲେ ଅର୍ଥଅନାଟନରୁ ନିଜ ମାନଶିକ ଭାରସାମ୍ୟହରାଇ ପିଲାମାନଙ୍କୁ ବିଷଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଥାଇଅପାରନ୍ତି,ଶବବ୍ୟବଛେଦ ବିବରଣୀ ଆସିଲାପରେ ପ୍ରକୃତ ଘଟଣାକଣ ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁକହିଛନ୍ତି । ଦାରିଦ୍ରତା ତାଡନାରେ ପଡି  ମା ବିଷ ପିଇ ବିଷ ପିଆଇଲା ନିଜ ଜନ୍ମିତ ଶିଶୁଙ୍କୁ । ଶେଷରେ ମା ଚାଲିଗଲା ଆରପାରିକୁ ଛାଡିଦେଇ ଦୁଇଶିଶୁଙ୍କୁ । ଆଗରୁ ରୋଗରେ ପଡି  ବାପାଙ୍କର ମୃତ୍ୟୁ ହୋଇଥିଲା ଏବେ ମା ବିଷପିଇ ଆତ୍ମହତ୍ୟାକରି ଚାଲିଗଲେ ଦେବେନ୍ଦ୍ର ଓ ଧରିତ୍ରୀ ବାପ ମାଛେଉଣ୍ଡ ହୋଇ ଅନାଥ ହୋଇଗଲେ ।ଏହି ଦୁଃଖଦ ଘଟଣା ସମଗ୍ର ମାଲକାନଗିର ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛଛି । ସୀତାମାଡକାମି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ବିଧବା ମହିଳା ତାଙ୍କ ସ୍ୱାମୀ ଗତ ଦୁଇବର୍ଷହେଲା ରୋଗରେ ପଡି ଠିକ ଭାବେ ଚିକିତ୍ସିତ ହୋଇ ନପାରି ମରିଗଲେ, ସେ ମରିଗଲା ପରଠାରୁ ସୀତାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ସେ ଅଭାବ ଅନାଟନରୁ ବିଷପିଇ ଆତ୍ମହତ୍ୟା କରିବାସହିତ ନିଜ ପିଲାଙ୍କୁ ବିଷପିଇବାକୁ ଦେଇଥିବାର ସନ୍ଦେହ କରାଯାଉଛି, ଅନାଥ ଦୁଇପିଲାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉବୋଲି ସୀତାଙ୍କ ଶଶୁର ସନାମାଡକାମି,ଶାଶୁ ବୁଦ୍ରୀ ମାଡକାମି,ଗ୍ରାମର ଜରାସବର ମାଢି,ପେଦା ମାଡା ମାଡକାମି କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଗରିବଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟସରକାର କୋଟି କୋଟି ଟଙ୍କାର ଯୋଜନାକରୁଥିବାର ଡିଣ୍ଡିମ ପିଟୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା  ଗୌଡଗୁଡା ପଚାଂୟତ ଗରେଇଗୁଡା ଗ୍ରାମର ସୀତାମାଡକାମିଙ୍କ ଘରକୁ ଦେଖିଲେ ହିଁ ଜଣାପଡୁଛି ସରକାରଙ୍କ ଏହି ଉନ୍ନତି ମୁଳକ ଯୋଜନା କେତେଦୁର କାର୍ଯ୍ୟକାରି ହେଉଛି ।

Related Posts

About The Author

Add Comment