କେନ୍ଦୁଝର, 30/10 (ସନ୍ଧାନ ନ୍ୟୁଜ୍) ;- ରାଜ୍ୟ ସରକାର ଓଡସି (ଓଡ଼ିଶା ମିନେରାଲ ବିୟରିଂ ଡେଭଲପମେଣ୍ଟ କର୍ପୋରେସନ) ପାଣ୍ଠିରେ ୮ଟି ପ୍ରକଳ୍ପ ଘୋଷଣା କରିଛନ୍ତି। ଗଚ୍ଛିତ ମୋଟ ୧୬୬୨୧ କୋଟି ଟଙ୍କାରୁ ୧୬,୫୨୬ କୋଟି ଟଙ୍କା ରାଜ୍ୟ ସରକାର ଋଣ ଆକାରରେ ନେଇଯିବା ପରେ ଏବେ ମାତ୍ର ୯୫ କୋଟି ଟଙ୍କାର ପାଣ୍ଠି ଗଚ୍ଛିତ ଅଛି। ଏହିସବୁ ପ୍ରକଳ୍ପ ଘୋଷଣା କରି କେନ୍ଦୁଝରକୁ ସରକାର ଠକିବାକୁ ଉଦ୍ୟମ କରିଛନ୍ତି। ଏଭଳି ସାଂଘାତିକ ଅଭିଯୋଗ ଆଣିଛି କେନ୍ଦୁଝର ନାଗରିକ ମଞ୍ଚ। ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ଗତକାଲି ଓମ୍ବଡସିର ବୋର୍ଡ ଅଫ ଡାଇରେକ୍ଟରଙ୍କର ଭଆଲ ବୈଠକ ବସିଥିଲା । ବୈଠକରେ ଖଣି ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ଓଡସି ପାଣ୍ଠିରୁ ୮ଟି ପ୍ରକଳ୍ପ କରିବାକୁ ଅନୁମୋଦନ ହୋଇଛି। ଏହି ଓଡସି ଜିଲ୍ଲା ଗୁଡିକରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକର ଉନ୍ନତୀକରଣ ପାଇଁ ଓଡସି ପାଣ୍ଠିରୁ । ଅର୍ଥ ଖର୍ଚ୍ଚ ହେବାକୁ ଅନୁମୋଦନ ମିଳିଛି। କେନ୍ଦୁଝର ଇଞ୍ଜିନିୟରିଂ କଲେଜରେ ଲାଇବ୍ରେରୀ, ଲାବ୍ରୋଟାରୀ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବା ବିଦ୍ୟାଳୟ ଏବଂ ହସ୍ପିଟାଲକୁ ବ୍ରଡବ୍ୟାଣ୍ଡ ସଂଯୋଗ କରିବାକୁ ଅନୁମୋଦନ ମିଳିଛି। ମୟୁରଭଞ୍ଜ ଏବଂ କେନ୍ଦୁଝରରେ ମେଗା ନର୍ସରୀର ଉନ୍ନତୀକରଣ ପାଇଁ ଅର୍ଥ ବରାଦ ହୋଇଥିବା ବେଳେ ଦକ୍ଷତା ବିକାଶ ପାଇଁ ମଧ୍ୟ ଅନୁମୋଦନ ମିଳିଛି। କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ଶଙ୍କର ସାହୁ, ଅଭିଯୋଗ ଆଣି କହିଛନ୍ତି, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାର ଖଣିଭତ୍ତକ ଜିଲ୍ଲାରେ ଖଣି ଲିଜଧାରୀଙ୍କ ଜରିମାନା ଆଦାୟ ଅର୍ଥ ଏହି ଜିଲ୍ଲାର ବିକାଶ ପାଇଁ ଓମବାଡସି ଗଠନ ହୋଇଥିଲା । ଏହାଦ୍ୱାରା ଯେଉଁ ପରିମାଣରେ ଜରିମାନା ଆଦାୟ ହେଉଥିଲା ତାହାକୁ ଜିଲ୍ଲାର ବିକାଶ ପାଇଁ ଲଗାଇବାକୁ କୁହାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦିଓ ୮ଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଥିଲା, ମାତ୍ର ୨୦୧୮ ମସିହା ଅକ୍ଟୋବର ୨୯ ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ, ମୟୂରଭଞ୍ଜ ଏବଂ କେନ୍ଦୁଝର ଭଳି ତିନୋଟି ଜିଲ୍ଲାରେ ଖର୍ଚ୍ଚ ହେବାକୁ କଥା ଦୀର୍ଘଦିନ ଧରି ଏହି ପାଣ୍ଠିରୁ ଅର୍ଥ ନେଇ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରାଯାଉ ନ ଥିବା ବେଳେ ବାରମ୍ବାର ଏ ଦିଗରେ ନାଗରିକ ମଞ୍ଚ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଓମବାଡସି ସିଇଓ ଉମା ନନ୍ଦୁରୀ, ଓମ୍ବାଡସିର ତଦାରଖ କର୍ଣ୍ଣପକ୍ଷ ଅନଙ୍ଗ ପଟ୍ଟନାୟକ ଏବଂ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଫେରାଦ ହୋଇଥିଲା । ତେବେ ରାଜ୍ୟ ସରକାର ଋଣ ଆକାରରେ ନେଇଯିବା ପରେ ଏବେ ନାମକୁ ମାତ୍ର କିଛି ପ୍ରକଳ୍ପ ଘୋଷଣା କରି କେନ୍ଦୁଝରବାସୀଙ୍କୁ ଠକିବାକୁ ଉଦ୍ୟମ କରିଛନ୍ତି ବୋଲି ସେ ଅଭିଯୋଗ ଉଠାଇଛନ୍ତି।
ଓଡସି ପାଣ୍ଠିରେ କେନ୍ଦୁଝରବାସୀଙ୍କୁ ଲଲିପପ୍
|
October 30, 2020 |



