ଓଜିସିଟିଏ ସଂଘ ର ନୂତନ କାର୍ଯ୍ୟନିର୍ବାହୀ ସଭ୍ୟମାନେ ଦାୟିତ୍ୱ ଗ୍ରହଣ କଲେ

Spread the love

ଭୁବନେଶ୍ୱର/, ୧୪/୦୯/ସନ୍ଧାନ ନିୟୁଜ): ଓଡ଼ିଶା ଗଭର୍ନମେଣ୍ଟ କଲେଜ ଟିଚର୍ସ’ ଆସୋସିଏସନ୍ (OGCTA) ର ୨୦୨୫-୨୭ ଅବଧି ପାଇଁ କାର୍ଯ୍ୟନିର୍ବାହୀ ସଭ୍ୟମାନଙ୍କ ନିର୍ବାଚନ ସମଗ୍ର ରାଜ୍ୟର ୭୬ଟି ସରକାରୀ କଲେଜ ବା ବୁଥ୍ ଗୁଡିକ ରେ ୪ ସେପ୍ଟେମ୍ବର ୨୦୨୫ ତାରିଖରେ ସଫଳତାର ସହିତ ଅନୁଷ୍ଠିତ ହୋଇ ଯାଇଛି । ଏହି ନିର୍ବାଚନ ରେ ୨୦୦୦ରୁ ଅଧିକ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ର ଫଳାଫଳ ୧୨ ସେପ୍ଟେମ୍ବର ୨୦୨୫ରେ ଘୋଷଣା କରାଯାଇଛି । ଡ: ବିରଜାଶଙ୍କର ପଟ୍ଟନାୟକ ଅଧ୍ୟକ୍ଷ, , ଡ: ରତନ ଆଚାର୍ଯ୍ୟ ଉପାଧ୍ୟକ୍ଷ ,ଡ: ସଞ୍ଜୟ କୁମାର ଦତ୍ତ ମୁଖ୍ୟ ସଚିବ ଓ ଡ: ଜ୍ଞାନ ରଞ୍ଜନ ଦାସ ସଂଯୁକ୍ତ ସଚିବ ଓ ଶ୍ରୀ ଅରବିନ୍ଦ ଦାସ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହିତ, କେନ୍ଦ୍ରୀୟ ପରିଷଦ ସଦସ୍ୟ, ମଣ୍ଡଳୀୟ ଉପାଧ୍ୟକ୍ଷ ଓ ମଣ୍ଡଳୀୟ ସଚିବ ପାଇଁ 9 ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ନୂତନ କାର୍ଯ୍ୟନିର୍ବାହୀ ସଭ୍ୟମାନଙ୍କର ଶପଥ ଗ୍ରହଣ ୧୪ ସେପ୍ଟେମ୍ବର ୨୦୨୫ ରେ ଭୁବନେଶ୍ୱରର ଗୀତଗୋବିନ୍ଦ ସଦନର ଅଡିଟୋରିଅମ୍ ହଲରେ ଆୟୋଜିତ ହୋଇଯାଇଛି|

ଏହି ଶପଥ ସମାରୋହ ରେ ପୂର୍ବତନ ସମ୍ପାଦକ ନାରଣ ମହାନ୍ତି ଓ ଦେବାଶିଷ ମହାନ୍ତି ,ପୂର୍ବତନ ସଭାପତି ଡ: ପ୍ରଣତି ଦାସ ଓ ଡ: ମାନସ ବେହେରା ଏବଂ FM କଲେଜ ର ଅଧକ୍ଷ ଡ଼: ଦିନେଶ ଚନ୍ଦ୍ର ଉପସ୍ଥିତ ରହି ନବନିର୍ବାଚିତ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହିତ ମାର୍ଗଦର୍ଶନ କରିଥିଲେ|

ସଭା ପରିଚାଳନା କରିଥିଲେ ଡ଼: ସୁବ୍ରତ ସାମଲ, ଶପଥ ପାଠ କରିଥିଲେ ଡ଼:ବିଶ୍ୱଜିତ ମହାପାତ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଡ଼: ପଦ୍ମନାଭ ପତ୍ରୀ  ,ସଂଗଠନର ସଂବିଧାନ ଅନୁସାରେ ଏହି ନିର୍ବାଚିତ ଦଳ ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିବେ ।୧୯୪୬ ରୁ ଓଡ଼ିଶା ସରକାରଙ୍କ ଗୃହ ବିଭାଗର ସ୍ୱୀକୃତିପ୍ରାପ୍ତ OGCTA, ଓଡ଼ିଶାର ସରକାରୀ କଲେଜ ଶିକ୍ଷକମାନଙ୍କ ପ୍ରତିନିଧି ସଂଗଠନ ଭାବେ ପରିଚିତ। ଏହି ସଂଗଠନ ସରକାରୀ କଲେଜ ଶିକ୍ଷକମାନଙ୍କର ହିତସୁରକ୍ଷା କରିବା ସହିତ ରାଜ୍ୟର ଶିକ୍ଷାଗତ ଉନ୍ନୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଆସିଛି।

Related Posts

About The Author

Add Comment