ଯାଜପୁର ସଦର, ୨୯ା୧୦: ଯାଜପୁରରେ ଜଣେ ଠକ ଯୁବକ ଓକିଲଙ୍କୁ ଠକିଥିବା ଅଭିଯୋଗରେ ଯାଜପୁର ଟାଉନ ଥାନା ପୋଲିସ ଗିରଫ କରି ଏହି ଠକକୁ କୋର୍ଟ ଚାଲାଣ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ନୂଆଗାଁ ଅଞ୍ଚଳର ଦିପକ ଓରଫ କାର୍ତ୍ତି ରାଉରାୟ ଏହି ଠକଙ୍କ ନିକଟରେୁ ୪ଟି ମୋବଇଲ ୬ଟି ସମିକାର୍ଡ, ୬ଟି ଚେକବୁକ, କେତେକ ଡିଜିଟାଲ ବ୍ୟାଙ୍କ ୱାଲଟର ତଥି ଜବତ କରାଯାଇଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଓକିଲ ସଂଘର ସଭାପତି ଅଲୋକ ପାଣି ସେପ୍ଟେମ୍ବର ମାସ ୧ ତାରିଖରେ ଏହି ଠକ ଦ୍ୱାରା ଶ୍ରୀ ପାଣି ଶିକାର ହୋଇଥିଲେ । ଦିପକ ଆଇନିଜିବୀ ପାଣିକୁ ଯାଜପୁର କୋର୍ଟ ବିଚାରପତିଙ୍କ ସମ୍ପର୍କୀୟ ତାଙ୍କର ଜଣେ ବନ୍ଧୁ ଯାଜପୁର ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି । କିଛି ଟଙ୍କା ପଠାଉଚି ଆପଣ ତାଙ୍କୁ ଦୟାକରୀ ଚିକିତ୍ସିତ ହେଉଥିବା ସମ୍ପକ୍ରିୟଙ୍କୁ ଦେଇ ଦେବ ବୋଲି କହିଥିଲେ । ଏହାପରେ ଏକ ମ୍ୟାସେଜ ଦ୍ୱାରା ୧୦୦୦୦ ଟଙ୍କା ପଠାଇଥିଲେ ବୋଲି ଶ୍ରୀ ପାଣିଙ୍କୁ ଜଣାଇଥିଲେ । ମାତ୍ର କିଛି ସମୟ ପରେ ରୋଗୀ ଜଣଙ୍କ ଯାଜପୁରରୁ କଟକ ମେଡିକାଲକୁ ପଳାଇ ଯାଇଥିବା ଓକିଲ ଜଣାଇଥିଲେ । ଶ୍ରୀ ପାଣିକୁ ଦିପକ ତାଙ୍କ ୧୦୦୦୦ ଟଙ୍କା ଫେରାଇ ଦେବାକୁ କହିଥିଲେ । ଶ୍ରୀ ପାଣି କୌଣସି ସନ୍ଧାନ ନକରି ଦିପକକୁ ୧୦୦୦୦ଟଙ୍କା ଫେରସ୍ତ କରିଥିଲେ । ଏହାପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଏକାଉଣ୍ଟକୁ କୌଣସି ଟଙ୍କା ଆସିନାହିଁ । ଠାକାମିର ଶିକାର ହୋଇଥିବା ଶ୍ରୀ ପାଣି ଜାଣିପାରି ଥାନାରେ ଅଭିଯୋଗ କରିଥିଲେ । ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲଙ୍କ ନିର୍ଦ୍ଦେଷରେ ଯାଜପୁର ଟାଉନ ଥାନା ଆଇଆଇସି ବିଲୋମଙ୍ଗଳ ସେଠୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଠକଙ୍କ ନାମରେ ଭଞ୍ଜନଗର, ଜଗସିଂହପୁର, ବ୍ରହ୍ମପୁର, ଚାଉଳିଆଗଞ୍ଜ, ନବରଙ୍ଗପୁର ଥାନା ମାନଙ୍କରେ ୯ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ଜଣାଯାଇଥିଲା । ଶନିବାର ଦିନ ଏକ ସାମ୍ବାଦିକ ସମ୍ମୀଳନୀରେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ଟାଉନ ଥାନା ଅଧିକାରୀ ବିଲୋମଙ୍ଗଳ ସେଠୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ଏନେଇ ଟାଉନ ଥାନରେ କେସ ନଂ ୩୨୪/୨୩ ରେ ଏକ ମାମଲା ରୁଜ କରାଯାଇ ତଦନ୍ତ କରାଯାଉଚି ।
ଓକିଲଙ୍କୁ ଠକିଥିବା ଅଭିଯୋଗରେ ଯୁବକ ଗିରଫ ହେଲେ
|
October 30, 2023 |