ଓଁ ଶ୍ରୀଶ୍ରୀ ଲୋକନାଥ ଶ୍ଵରାୟ ଜାଗର ଉତ୍ସବ : ଭକ୍ତଙ୍କ ମନ ଫିକା କଲା କରୋନା କଟକଣା

Spread the love

ଜେନାପୁର, ୧୨/୦୩ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ପଞ୍ଚାୟତ ମାଳଗ୍ରାମସ୍ଥ  ଶ୍ରୀଶ୍ରୀ ଲୋକନାଥ ଶ୍ଵରାୟ ପୀଠ ସ୍ଥଳୀରେ ଦେଵ ଦେଵ ମହାଦେବଙ୍କ ମହାଶିବରାତ୍ରି ଓ ଜାଗର ଯାତ୍ରା ଫିକା ପଡିଥିବା ଦେଖିବାକୁ ମିଳିଛି ।ସୂଚନା ଯୋଗ୍ୟ ଯେ ଏହି ଶୈବ ମନ୍ଦିରଟି ବହୁ ପୁରାତନ କାଳରୁ ଏଠି ଲୋକନାଥଶ୍ଵରାୟ ପୂଜା ପାଉଛନ୍ତି । ପୂର୍ବରୁ ଏହି ଅଞ୍ଚଳରେ କୌଣସି ଶୈବ ମନ୍ଦିର ନଥିବା କାରଣରୁ ଆଖ ପାଖ ତିନି ଚାରି ପଞ୍ଚାୟତ ର ଭକ୍ତ ମାନଙ୍କୁ ଜାଗର ରାତ୍ରିରେ ଦେଖିବାକୁ ମିଳିଥାଏ ।ଏବେ ଏବେ ଏହି ଅଂଚଳରର ଛୋଟ ମୋଟ ଗୋଟେ ଦୁଇଟା ମନ୍ଦିର ଥିଲେହିଁ ମଧ୍ୟ ଯେହେତୁ ଏହି ମନ୍ଦିରଟି ପ୍ରାଚୀନ କାଳରୁ ତେଣୁ କରି ଏଠି ବହୁ ଶ୍ରଦ୍ଧାଳୁମାନଙ୍କୁ ଦେଖିବାକୁ ମିଳେ । ସୃଷ୍ଟିର ବଡ଼ ବିଡ଼ବନା ଏ ମହାମାରୀ କରୋନା ସବୁ ଫିକା କରିଦେଲା, ପୂର୍ବ ବର୍ଷ ଏହି ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ୧୦, ୧୨ ଟି ସଂକୀର୍ତ୍ତନ ମଣ୍ଡଳୀ ପ୍ରଭୁଙ୍କର ହରିନାମ ରାତିମାନ ରହି ଗାନ କରିଥିବା ବେଳେ ଭଜନ କୀର୍ତ୍ତନ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁ ମାନଙ୍କ ମନ ମୋହିଥିଲା ।ଚଳିତ ବର୍ଷ ସରକାରଙ୍କ କୋଭିଡି ଗାଇଡିଲାଇନ ଅନୁଯାୟୀ ମନ୍ଦିରର ସମସ୍ତ ପୂଜା ବିଧି  ନୀତି ନିୟମ ଅନୁଯାୟୀ ହୋଇଥାବା ବେଳେ ମହାଦୀପ ରାତ୍ର ୧.୧୫ ମିନିଟିରେ ଉଠିଥିଲା ।ଆମ ସନ୍ଧାନ ନିଉଜ୍ ର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଆମେ ଯାହା ଭକ୍ତ ମାନଙ୍କ ଠାରୁ ବୁଝିଲୁ ,କୌଣସି ଜଣେ ହେଲେ ଭକ୍ତଙ୍କ ମନରେ ପୂର୍ବ ବର୍ଷ ପରି ଖୁସି ଆନନ୍ଦ ନଥିଲା ,କେବଳ ଭକ୍ତ ମାନେ ଆସି ବାବାଙ୍କ ଦର୍ଶନ କରି ସାରିବା ପରେ ଦୀପଟିକୁଜାଳି ଘରକୁ ଫେରି ଆସିଥିଲେ ଭକ୍ତ ମାନେ ହରିବୋଲ ହୁଳହୁଳି ଦେଇ ବାବାଙ୍କୁ ଆରାଧନା କରିଥିଲେକି ଏ ମହାମାରୀ କରୋନା ବିଶ୍ଵରୁ ଖୁବ ଶୀଘ୍ରଦୂର କରିବାକୁ ମହାମାରୀ କରୋନା ଦୁରହେଲ ଆମେ  ଆସନ୍ତା ବର୍ଷ ମହା ଆନନ୍ଦରେ ମହାଶିବରାତ୍ରି ରେ ଉଜାଗର ରହି ଜାଗର ଜାଳିବୁ ବୋଲି । ମାଳ ଗ୍ରାମର ଯୁବକ ଏବଂ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment