ଯାଜପୁର ସଦର, ୧୪ା୦୩: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଧାରପୁର ପଂଚାୟତର କେନ୍ଦୁଆ ଓଁକାର ମଣ୍ଡପ ପରିଶରରେ ୨୩ ତମ ବାର୍ଷିକ ଉତ୍ସବର ଶୁଭ ସଂନ୍ଧ୍ୟା ଅବସରରେ ଉଦ୍ଘାଟନ ଉତ୍ସବରେ ବରୀ ବିଧାୟୀକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଓଁକାର ସଂଗଠନ ପକ୍ଷରୁ ୨୩ ବର୍ଷ ଧରି କୃତିତ୍ୱ ଅର୍ଜନ କରିଥିବା କଳାକାର ମାନଙ୍କୁ ଏହି ଅନୁଷ୍ଠାନ ସମ୍ବର୍ଦ୍ଧିତ କରୁଥିବା ବେଳେ, ଏହା ଏକ ଉଚ୍ଚ ପ୍ରଶଂସନୀୟ ବୋଲି ବିଧାୟୀକା ଶ୍ରୀମତୀ ଦାସ ସ୍ୱାଗତ କରିବା ସହିତ ଆୟୋଜକ ମାନଙ୍କୁ ଏହି ଅବସରରେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଚଳଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଇସ୍ରା ବେବ୍ରତା, ପ୍ରୟୋଜକ ଅଭିନେତା ପଦ୍ମ୍ୁନ ଲେଙ୍କା, ସୋଫି ଆଲାମ, ପ୍ରିୟଙ୍କା ମହାପାତ୍ର, ପ୍ରକାଶ ଜେନା, ପାୟ୬ଲ ଜେନା, ସୁଧାଶୁଂ ସାହୁ, ପ୍ରିୟବ୍ରତ ପଣ୍ଡା, କଣ୍ଠଶିଳ୍ପୀ ଟିସୌରୀ, ତାରିକ ଅଜିତ ସୁଦାମ ସିଂ ମହାକୁଡ଼, ମୋନାଲି ମଧୁସ୍ମୀତା ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ । ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଇସ୍ରା ବେବ୍ରତାଙ୍କ ସହିତ କୃତ୍ତିତ୍ୱ ଅର୍ଜନ କରିଥିବା କଳାକାର ମାନଙ୍କୁ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀମତୀ ଦାସ ଉପଢ଼ୌକନ, ପୁଷ୍ଣଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂଗଠନର ସଭାପତି ଦିଲିପ ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଟିତ ହୋଇଥିବା ବେଳେ, କୋଭିଡ଼ କଟକଣାକୁ ଆଖିଆଗରେ ରଖି କାର୍ଯ୍ୟକ୍ରମ ବନ୍ଧ କରାଯାଇଥିଲା । ଅନୁଷ୍ଠାନର ଆୟୋଜକ ବରିଷ୍ଠ ସାମ୍ବାଦିକ ଅଜୟ ଜେନା, ଅଶ୍ୱିନୀ ମହାପାତ୍ର, ବସନ୍ତ ଭୂଇଁଆ, ତୁଷାର ଶାନ୍ତି, ମନୋଜ ମହାପାତ୍ର, ବିରେନ ରାଉତ, ବିଜୟ ସାହୁ, ସୁଶାନ୍ତ ସାହୁ, ସୁଭ୍ରାଶୁଂ ବିଶ୍ୱାଳ, ସୁରେଶ ମଲିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ ।
ଓଁକାର ସମ୍ମାନରେ ଦର୍ଶକ ବିମୋହିତ ହେଲେ
|
March 14, 2023 |
![](https://sandhannews.com/wp-content/uploads/2023/03/WhatsApp-Image-2023-01-22-at-7.05.10-PM-2.jpeg)