ଐତିହ୍ୟର ଗନ୍ତାଘର ନନ୍ଦପୁର

Spread the love
କୋରାପୁଟ, ୨୦/୦୨/୨୦୨୨ (ସନ୍ଧ‍ନ ନିଉଜ) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର‍ ଶାଖା ଦ୍ୱାରା ଆହୂତ ଚତୁର୍ଦ୍ଦଶ ଇ-ପାଠଚକ୍ର ରେ  ଆଜି ଏଭଳି ମତପ୍ରକାଶ ପାଇଅଛି। ରବିବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍  ତଥା ଉଦ୍ଘୋଷମ ଶ୍ରୀ କିରଣ ପ୍ରକାଶ ପଣ୍ତା। ସେ ନିଜ ଅଭିଭାଷଣରେ ନନ୍ଦପୁର ର ରାଜ ବଂଶାବଳୀ, ଏହାର ଐତିହ୍ୟ, ପର୍ଯ୍ୟଟନ ଶୀଳ୍ପ ନିମିତ୍ତ ପରିସର ଯଥା ରାଣିଡୁଡୁମା, ବତ୍ରିଶ ସିଂହାସନ, ହାତ ପାକନା, ସଂସ୍କୃତ ଭଳି ସାଦୃଷ ଭାଷ‍ ବଲ୍ମିକ ବୋଲି ବ୍ୟବହାର କରୁଥିବା ଗ୍ରାମ ଏବଂ ବର୍ତ୍ତମାନର ସମସ୍ୟା ତଥା ଭବିଷ୍ୟତର ସମ୍ଭାବନା ବିଷୟରେ ଅ‍ଲୋକପାତ କରିଥିଲେ ।ସଭାଧ୍ୟକ୍ଷା ଋପେ ଯୋଗଦେଇଥିଲେ ସେମିଳିଗୁଡା ମହାବିଦ୍ୟାଳର ରାଜନୀତି ବିଭାଗର ମୁଖ୍ୟା ତଥ‍ା ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟର ସମ୍ପାଦିକା ଡ. ଝାନସୀ ସିଂହ  ।ଓଡିଶା ତଥା ରାଜ୍ୟବାହାରୁ  ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ତନୁଶ୍ରୀ ମିଶ୍ର ଏବଂ ବିବେକବାଣୀ ପାଠ ତଥା ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଜିଭିଭି ରଂଜିତା । ସଭାକୁ ଯୁବ ସଂସଦ ସଦସ୍ୟ ମନୋରଞ୍ଜନ ପଣ୍ତା ସଂଯୋଜନା କରିଥିଲେ ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment