ଏସ.ଟି.ଏଫ କର୍ମଚାରୀଙ୍କ ବାଲିଘାଟ ଚଢ଼ାଉ

Spread the love
ସୁନ୍ଦରଗଡ,୮/୩/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ଅନ୍ତର୍ଗତ ଜଗତଗଡ଼ ବାଲିଘାଟରେ ଗତକାଲି ସନ୍ଧ୍ୟାରେ ଏସ.ଟି.ଏଫ କର୍ମକର୍ତ୍ତା ବାଲି ଘାଟରେ ଚଢ଼ାଉକରି ଚାରୋଟି ହାଇୱ।,ଗୋଟିଏ ପୋକ୍ଲିନ ଓ ୧୫ଟି ମୋବାଇଲ ଫୋନ ସହ ଲକ୍ଷାଧିକ ଟଙ୍କା ଜବତ କରିବା ସହିତ ଛଅ ଜଣଙ୍କୁ ଗିରଫ କରିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ତଥା ବIଳି ମାଫିଆ ଖସିଯିବାକୁ ସକ୍ଷମ ହେବାବେଳେ ଗାଡି ସହ ଗାଡିଚାଳକ ଓ ସୁପରଭାଇଜର କତ୍ତୃପକ୍ଷଙ୍କ ହାତରେ ଧରପଡିଛନ୍ତି। ବେଆଇନ ଭାବେ ଲାଇସେନ୍ସ ନ ଥାଇ ବାଲି ଚୋର ଚାଲାଣ ହେବା ପରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋଟ ଚାଲାଣ କରା ଯାଇଥିବା ଜଣାପଡିଛି । ବହୁତ ଦିନରୁ ନିୟମିତ ଭାବରେ ବଳି ଚୋରା ଚାଲାଣ ହେଉଥିଲା I

Related Posts

About The Author

Add Comment