ଏସବିଡି ଇଣ୍ଟରନ୍ୟାସନାଲ ସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

Spread the love

ଯାଜପୁର : ୯/୯/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲାରେ  ଚାଲିଥିବା “ଜିରୋ ଫାଟାଲିଟି ୱିକ୍” (ଶୂନ୍ୟ ମୃତ୍ୟୁ ସପ୍ତାହ) ପାଳନ ଅବସରରେ ଯାଜପୁର ରୋଡ୍ ସ୍ଥିତ ଏସବିଡ଼ି ଇଣ୍ଟରନ୍ୟାସନାଲ ସ୍କୁଲରେ କୋରେଇ ଥାନା ସହଯୋଗରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ସଚେତନ କରାଯାଇଥିଲା। ବିଶେଷ କରି: ଟ୍ରାଫିକ୍ ନିୟମ ପାଳନ, ସୁରକ୍ଷିତ ଯାତାୟାତ ଏବଂ ଗାଡ଼ି ଚାଳନା ନିୟମ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ହେଲମେଟ୍ ଓ ସିଟ୍-ବେଲ୍ଟର ବ୍ୟବହାର: ଦୁଇଚକିଆ ଯାନ ଚଳାଇବା ବେଳେ ହେଲମେଟ୍ ଏବଂ ଚାରିଚକିଆ ଯାନରେ ସିଟ୍-ବେଲ୍ଟ ପିନ୍ଧିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦାୟିତ୍ୱବାନ୍ ଗାଡ଼ି ଚାଳନା: ସଡ଼କ ଦୁର୍ଘଟଣା ରୋକିବା ପାଇଁ ଦାୟିତ୍ୱବାନ୍ ନାଗରିକ ଭାବେ ଗାଡ଼ି ଚଳାଇବାକୁ ଆହ୍ୱାନ ଦିଆଯାଇଥିଲା। ସଡ଼କ ଦୁର୍ଘଟଣାକୁ ଶୂନ୍ୟକୁ ଆଣିବା ଏବଂ ଅମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ସଚେତନ ହେବା ଜରୁରୀ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀ (RTO),ଯାଜପୁର ଶ୍ରୀ ଧୀରେନ୍ଦ୍ର କୁମାର ନାୟକ ଏହି ସଡ଼କ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ରେ ଏସ ବିଡି ଇଣ୍ଟର ନ୍ୟାସନାଲ ସ୍କୁଲ ର ପ୍ରିନସିପାଲ,ରାକେଶ ତ୍ରିପାଠୀ: ଆଇ.ଆଇ.ସି, କୋରେଇ ଥାନା,ପ୍ରଦୀପ୍ତ କିଶୋର ବେହେରା: ସହକାରୀ ମୋଟର ଯାନ ନିରୀକ୍ଷକ, ଯାଜପୁର,ସହାୟକ ସବ୍‌-ଇନ୍ସପେକ୍ଟର, ହାବିଲଦାର ଓ କନଷ୍ଟେବଳ: କୋରେଇ ଥାନା କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ।

Related Posts

About The Author

Add Comment