ସୁନ୍ଦରଗଡ଼ ତା:୧୯/୮/୨୦୨୨( ସନ୍ଧାନ ନିଉଜ/ରାଜୁ ପଟେଲ) ସୁନ୍ଦରଗଡ ଡିଆରଡିଏ ଛକରେ ଏମ୍ସ ଦାବିରେ ଆମରଣ ଅନଶନ ର ଶୁଭାରମ୍ଭ ଆଗରୁ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ଦଳୀୟ ନେତା ଶ ସମସ୍ତ କର୍ମୀ ସମର୍ଥନ କରିବିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗତକାଲି ସର୍ବଦଳୀୟ ନାଗରିକମଞ୍ଚ ପକ୍ଷରୁ ବନ୍ଧ ଡାକରା ଦିଆଯାଇଥିବା ବେଳେ ସମସ୍ତ ଦୋକାନ ବଜାର ,ସରକାରୀ ଅଫିସ ଓ ଯାନବାହାନ ଚଳାଚଳ ବନ୍ଧ ରହିବାର ନିଷ୍ପତ୍ତି ନେବା ସହିତ କେବଳ ଔଷଧ ଦୋକାନ ସହିତ ସ୍ୱାସ୍ଥ୍ୟ ବିଭାଗ ଖୋଲା ରହିବାର ସୂଚନା ଦେଇଥିଲେ । ସେହି ପ୍ରିପେକ୍ଷିରେ ଆଜି ଜିଲ୍ଲାର ମୁଖ୍ୟ ରାସ୍ତାରେ ୧୨ ଘଣ୍ଟିଆ ବନ୍ଧ ଡ଼ାକରାରେ ପୁରାପୁରି ଜନଶୂନ୍ୟ ଦେଖିବାକୁ ମିଳିଛି ।
ଏମ୍ସ ଦାବିରେ ସର୍ବଦଳୀୟ ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଧ ଡାକରା
|
August 19, 2022 |



