ଏମକେସି ହାଇସ୍କୁଲରେ ବନ ମହୋସôବ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ବାରିପଦା, ୦୭/୦୭/୨୦୨୧ (ସନ୍ଧାନ ନିଉଜ) : ୭୨ ତମ ବନ ମହୋସôବ ସପ୍ତାହ ପାଳନ ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଇକୋ କ୍ଲବ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଯୋଗ ଦେଇ ଚାରାରୋପଣ କରିବା ସହ ବନ ମହେସôବ ପାଳନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷକ ଅମିତାଭ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ଶିକ୍ଷକ ଅମୂଲ୍ୟ କୁମ୍ଭକାର, ମନୋଜ କୁମାର ପରିଡ଼ା , ଉପେଦ୍ରନାଥ ବେହେରା, ସତ୍ୟନାରାୟଣ ମହାନ୍ତ ଓ ରାଜୀବ ଲୋଚନ ଜେନା ପ୍ରମୁଖ ସହଯୋଗ କରିଥିଲେ । ପୂର୍ବରୁ ବିଦ୍ୟଳୟରେ ବ୍ୟାପକ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

Related Posts

About The Author

Add Comment