ଯୋଡା, ୨୭/୧/୨୬ (ସନ୍ଧାନ ନ୍ୟୁଜ) କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଧୀନସ୍ଥ ଜଜାଙ୍ଗ ପଞ୍ଚାୟତର ଜରିବାହାଲ ଖେଳ ପଡିଆରେ ଏଭରଗ୍ରୀନ କ୍ଲବ ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଭାଜପା ସାଧାରଣ ସମ୍ପାଦକ ଅଗନୁ ମହାନ୍ତ ଓ ଆଶାର ଦ୍ୱାର ଫାଉଣ୍ଡେସନର ଡାଇରେକ୍ଟର ବିଜୟ କୁମାର ମହାକୁଡ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ ଜୁରୁଡି ସରପଞ୍ଚ ଶୁଭକାନ୍ତି ସଏ,ଜଜାଙ୍ଗ ସରପଞ୍ଚ ପ୍ରିୟଙ୍କା ମାଝୀ ଯୋଗ ଦେଇଥିବା ବେଳେ ଅନ୍ୟଅତିଥି ମଞ୍ଚାସୀନ ଥିଲେ । ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପ୍ରତିଯୋଗିତା ଶେଷ ହୋଇଥିବା ବେଳେ ଏଭରଗ୍ରୀନ କ୍ଲବ ପକ୍ଷରୁ ଜଜାଙ୍ଗ ପୂର୍ବତନ ସରପଞ୍ଚ ଇନ୍ଦ୍ରମଣୀ ପୂର୍ତ୍ତୀ ପତାକା ଉତ୍ତୋଳନ କରିବା ପରେ ପ୍ରାୟ ୬୨ରୁ ଉର୍ଦ୍ଧ୍ବ ଖେଳ ଇଭେଣ୍ଟ ଆୟୋଜିତ ହୋଇଥିଲା । ବିଭିନ୍ନ ବର୍ଗରେ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ଜୁରୁଡି,ବିଆଇଏଲ କଲୋନୀ, ଆନ୍ତ୍ରାମାନ୍ତ୍ରା, ହେସାବେଡା, ଜୋରିବାହାଲ ଭଳି ସ୍ଥାନୀୟ ଅଞ୍ଚଳର ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ମହିଳା ମାନେ ଅଂଶଗ୍ରହଣ କରିଥିଲେ । ଧନୁତୀର ମାଧ୍ୟମରେ ଲକ୍ଷ୍ୟ ଭେଦ ଠାରୁ ଆରମ୍ଭ କରି ଦୌଡ ପ୍ରତିଯୋଗିତା,ଉଚ୍ଚ ଓ ଲମ୍ବ ଡିଆଁ,ସର୍ଟପୁଟ ଥ୍ରୋ,ଝୋଟି ପ୍ରତିଯୋଗିତା,ବେଲୁନ ବ୍ଲାଷ୍ଟ,ସର୍ଟପୁଟ,ଲୁଡୁ ଖେଳ,ଫେନ୍ସି ଡ୍ରେସ,ମୁ୍ୟଜିକ ଚେୟାର ପରି ବହୁ ଆକର୍ଷଣୀୟ ଖେଳ ଆୟୋଜିତ ହୋଇଥିଲା । ଅନ୍ତିମ ପର୍ଯ୍ୟାୟରେ ପିଲାଙ୍କୁ ନେଇ ନାଚଗୀତ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଭରଗ୍ରୀନ କ୍ଲବର ସଭାପତି ହେମଲାଲ ଶର୍ମା,ସମ୍ପାଦକ ବସନ୍ତ କୁମାର ମାଝୀ,କୋଷାଧ୍ୟକ୍ଷ ସରୋଜ ଚାମ୍ପିଆ,ମନମୋହନ ସର୍ଦ୍ଦାର,ଟୁକୁନାନନ୍ଦ ମୁଣ୍ଡା,ଲକ୍ଷ୍ମଣ ମାଝୀ,ଖାନଦାନୀ ନାଏକ,ସଦାନନ୍ଦ ସର୍ଦ୍ଦାର,ରାଜୁ ପାତ୍ର,ସରୋଜ କୁଅଁର,ଧନ ବାହାଦୂରଙ୍କ ସମେତ ଅନ୍ୟ ସଦସ୍ୟ ଏହି ବାର୍ଷିକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ପ୍ରତିବର୍ଷ ପରି ଚଳିତବର୍ଷ ଆକର୍ଷଣୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ସାଧାରଣ ସମ୍ପାଦକ ଶ୍ରୀ ମାଝୀ କୃତଞ୍ଜତା ଜଣାଇଛନ୍ତି ।
ଏଭରଗ୍ରୀନ କ୍ଲବ ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
|
January 27, 2026 |



