ଏବେ ପଦାତିକ ବାହିନୀ ହେବ ଆହୁରି ଶକ୍ତିଶାଳୀ

Spread the love

ନୂଆଦିଲ୍ଲୀ, ୧୨/୯ (ସନ୍ଧାନ ନିଉଜ) : ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ କ୍ଷୁଦ୍ର (ମ୍ୟାନ୍‌ ପ୍ରେଟେବୁଲ୍‌) ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଡିଆର୍‌ଡିଓ ପକ୍ଷରୁ ଶତ ପ୍ରତିଶତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷୁଦ୍ର ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ରକୁ ଗତ ବୁଧବାର ଦିନ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଫାୟାରିଂ ରେଞ୍ଜରେ ପରୀକ୍ଷଣ କରାଯାଇଥିଲା।

ଏହି କ୍ଷୁଦ୍ର ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଏହି କ୍ଷେପଣାସ୍ତ୍ରର ପରିବହନ ପାଇଁ କୌଣସି ପ୍ରକାରର ଯାନ ବାହନର ଆବଶ୍ୟକତା ପଡ଼ିବ ନାହିଁ। ପଦାତିକ ବାହିନୀର ଯବାନମାନେ ଏହି କ୍ଷୁଦ୍ର ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ରକୁ ନିଜ ସହ ଯୁଦ୍ଧ କ୍ଷେତ୍ରକୁ ନେଇ ପାରିବେ। ଏବଂ ଆବଶ୍ୟକ ସ୍ଥଳେ ଶତ୍ରୁ ପକ୍ଷର ଟ୍ୟାଙ୍କ୍‌ ଆଡ଼କୁ ଏହାକୁ ନିକ୍ଷେପ କରି ସଂପୂର୍ଣ୍ଣ ରୂପେ ତାହାକୁ ଧ୍ୱଂସ ମଧ୍ୟ କରି ଦେଇ ପାରିବେ। ଏହି କ୍ଷୁଦ୍ର ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଦେଶର ପଦାତିକ ବାହିନୀକୁ ଆହୁରି ଅଧିକ ଶକ୍ତିଶାଳୀ କରିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି।

Related Posts

About The Author

Add Comment