ଏନକାଉଣ୍ଟରରେ ଜଣେ ପିଏଲଏଫଆଇ ସଦସ୍ୟର ମୃତ୍ୟୁ 

Spread the love
ରାଉରକେଲା, ୧୮/୦୫ (ସନ୍ଧାନ ନିଉଜ) : ଓଡିଶା-ଝାଡଖଣ୍ଡ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ମାଓବାଦୀ ସଙ୍ଗଠନର ଶାଖା ପିଏଲଏଫଆଇ(PLFI)ର ସଦସ୍ୟ ପଣ୍ଡିତର ମୃତ୍ୟୁ ହୋଇ ଥିବା ସୂଚନା । ଅନ୍ୟପକ୍ଷେ ଏହି ଏନକାଉଣ୍ଟରରେ ଆହତ ଥିବା ପ୍ରବୀଣ କାଣ୍ଡୁଲାନା ଆହତ ଥିବା ଯୋଗୁ ଚିକିତ୍ସା ପାଇଁ ରିମ୍ସ ପଠାଯାଇଛି । ତେବେ ଏହି ଅପରେସନରେ PLFI ହେମନ୍ତି ଟୋପନା , ମୋଇଲେନ ବର୍ଡିଂ, ବିର୍ଷା କୋଙ୍ଗଡ଼ି, ଜନସନ ବାର୍ଳାକୁ ଗିରଫ କରିଛି ପୋଲିସ। ଜଙ୍ଗଲରେ ବହୁତ ସଂଖ୍ୟାରେ ପିଏଲଏଫଆଇ ସଦସ୍ୟ ଏକତ୍ରିତ ହୋଇ ଥିବାର ଖବର ପାଇ ସିମଡେଗା ଏସପି ସଞ୍ଜୀବ କୁମାରଙ୍କ ନେତୃତ୍ବରେ ପୋଲିସର ଏକ ଟିମ୍‌ ଏମାନଙ୍କୁ ଧରିବା ପାଇଁ ଯାଇଥିଲା। ପୁଲିସକୁ ଦେଖି ପିଏଲଏଫଆଇ ପକ୍ଷରୁ ଗୁଳି ଚାଳନା କରା ଯାଇଥିଲା । ଏହାପରେ ଅନେକ ସମୟ ଧରି ପୋଲିସର ଅପରେସନ ପରେ ଜଣେ ପିଏଲଏଫଆଇ ସଦସ୍ୟର ମୃତ୍ୟୁ ହେବା ସହ 5 ଜଣ ଗିରଫ ହୋଇଛନ୍ତି ।

Related Posts

About The Author

Add Comment