ଯାଜପୁର,୧/୧୨ /୨୨(ସନ୍ଧାନ ନ୍ୟୁଜ):ଶରୀର ଅଛି ତ ରୋଗ ଅଛି । ରୋଗ ଅଛି ତ, ଏହାର ନିରାକରଣ ମଧ୍ୟ ସମ୍ବବ । ଏହି ଦୃଷ୍ଟିରୁ ଏଡ୍ସ ରୋଗକୁକୌଣସି ପ୍ରକାର ଘୃଣା ଚକ୍ଷୁରେ ଦେଖା ନଯାଇ ଏଡସ ରୋଗୀଙ୍କୁ ସମ୍ମାନର ସହ ସମାଜରେ ସ୍ୱାଭାବିକ ଜୀବନ ବଂଚିବା ପାଇଁ ପ୍ରତ୍ୟେକ ମଣିଷ ସହଯୋଗ କରିବାକୁ ଯାଜପୁରରେ ବିଶ୍ୱ ଏଡସ ଦିବସ ଅବସରରେ ମତ ପ୍ରକାଶ ପାଇଛି । ବିଶ୍ୱ ଏଡସ ଦିବସ ଉପଲକ୍ଷେ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଆଇନ ପ୍ରାଧିକରଣ ଆନୁକୂଲ୍ୟରେ ଏଚ.ଆଇ.ଭି /ଏଡସ ସମ୍ପର୍କିତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିରଜା ମହାବିଦ୍ୟାଳୟର ଛାତ୍ରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଏହି ଅବସରରେ ଅନ୍ୱେଷଣ ଥିଏଟର ଗ୍ରୁପ ଦ୍ୱାରା ଏଡସ ସଚେତନତା ଉପରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ଥିଲା । ଶୋଭାଯାତ୍ରା ପରେ ଏକ ସାଧାରଣ ସଭା ଜିଲ୍ଲା ଟ୍ରେନିଂ ହଲରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜେ.ଏମ.ଏଫ.ସି ମଧୁସ୍ମିତା ନାୟକ,ଆଇନ ପ୍ରାଧିକରଣ ସଂପାଦକ ର୍ଜ୍ୟୋତିମୟୀ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁବାଶିଷ ମହାରଣା, ଡାକ୍ତର ସୁଧାଂଶୁ ଶେଖର ବଳ, ଡାକ୍ତର ଦେବରାଜ ହାଂସଦା, ଡାକ୍ତର ରମେଶ ଚନ୍ଦ୍ର ମଲିକ, ଅଶୋକ କୁମାର ନାୟକ, ମାନଓ ରଂଜନ ସାମଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଡସ ରୋଗୀ ମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ ସହ ସେମାନଙ୍କୁ ସାଧାରଣ ଜୀବନ ଯାପନ ପାଇଁ ସହଯୋଗ ସହ ଏଡସ ନିରାକରଣ ନେଇ ସଚେତନତା ସୃଷ୍ଟି କରିବାକୁ ସମସ୍ତଙ୍କୁ ଶପଥପାଠ କରାଯାଇ ଥିଲା ।
ଏଡ୍ସ ରୋଗୀ ସମାଜରେ ସ୍ୱାଭାବିକ ଜୀବନ ବଂଚିବା ଆବଶ୍ୟକ
|
December 1, 2022 |