ବାରିପଦା,କପ୍ତିପଦା, ୩/୯/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ଏମିତି ଏକ ଗ୍ରାମ ଅଛି, ଯାହା କେଉଁ ବିଛିନ୍ନାଚଳଠାରୁ କମ୍ ନୁହେଁ । ଏଠିକାର ଲୋକ ବର୍ଷ ବର୍ଷ ଧରି ନାନା ସମସ୍ୟା ସହ ଜିଉଁଛନ୍ତି। ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଂଚା ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପାନୀଳ ଜଳ କଥା ତ ନ କହିବା ଭଲ ଅନ୍ଧାରୀ ମୁଲକର ଏହି ଦୁର୍ଗମ ଗ୍ରାମଟି ରହିଛି ମୟୁରଇଂଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ କଳମଗଡ଼ିଆ ଓ ସରଡ଼ିହା ପଞ୍ଚାୟତ ସୀମାରେ ନା ତା’ର ‘ତେଣ୍ଡା’ କପ୍ତିପଦା ବ୍ଳକ୍ ଅଧୀନ ଶ୍ରୀପଦମଞ୍ଜରୀପୁର (ବ୍ରାହ୍ମଣୀ) । ଗୋଟିଏ, କିନ୍ତୁ ଗ୍ରାମବାସୀ ଦୁଇଟି ଠାରୁ ଚଲାବାଟରେ ୩ କିମି ଗଲେ ପୁଙ୍ଗିଚୁଆ ଗ୍ରାମ ପଡ଼େ ସେଠାରୁ ପୁଣି ୨ କିମି ଯିବା ପରେ ତେଣ୍ଡା ଗ୍ରାମ ଆସିବା ଭୌଗୋଳିକ ସ୍ଥିତି ଯାହା, ଗ୍ରାମର ବିକାଶ ତା’ରି ଭିତରେ ଯେମିତି ଛନ୍ଦି ହୋଇପଡ଼ିଛି। ଗ୍ରାମ ପଞ୍ଚାୟତ ଅଧୀନରେ ବସବାସ କରୁଛନ୍ତି। କଳମଗଡ଼ିଆ ପଞ୍ଚାୟତ ଓ ସରଡ଼ିହା ପଞ୍ଚାୟତ ସୀମା ଏହି ଗ୍ରାମ ମଝିରେ ରହିଛି। କଳମଗଡ଼ିଆ ପଞ୍ଚାୟତ ଅଧୀନରେ ୩୦ ପରିବାରର ୧୮୦ ଜଣ ଲୋକ ଏବଂ ସରଡ଼ିହା ପଞ୍ଚାୟତ ଅଧୀନରେ ୨୦ଟି ପରିବାରର ୧୧୦ ଜଣ ଲୋକ ରହୁଛନ୍ତି। ତେଣ୍ଡା ଗ୍ରାମକୁ ଲାଗିରହିଛି କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକ୍ । ଗ୍ରାମର ଗୋଟିଏ ପାଖରେ ତେଣ୍ଡା ପାହାଡ଼ ଆଉ ଆରପାଖରେ କାସ୍ପଦର ନଦୀ ରହିଛି। ସେହିପରି ଗ୍ରାମକୁ ଘେରି ରହିଛି ଏକାଧିକ ନଈ ଓ ନାଳ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ପାଦଚଲା ରାସ୍ତାରେ ‘ଡାଙ୍ଗରଡୁବା ନାଳ ଥିବାରୁ ଏହା ଯାତାୟାତରେ ଘୋର ସମସ୍ୟା ସୃଷ୍ଟି କରେ ବର୍ଷାଦିନେ ଗ୍ରାମବାସୀ ଏକପ୍ରକାର ଜଳବନ୍ଦୀ ହୋଇଯାଆନ୍ତି। ଏଠିକାର ଲୋକ ଆଦିବାସୀ ସଂପ୍ରଦାୟର ଏବଂ ଶ୍ରମିକ ଶ୍ରେଣୀର ଅନ୍ୟ ପାଖରେ କାମ କରିବା ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତଥା ହଦଗଡ଼ ଦ୍ୱିମ୍ବରୁ ମାଛ ମାରି ଜୀବିକା ନିର୍ବାହ କରନ୍ତି । ବାହାର ଦୁନିଆ ସହ ଗ୍ରାମବାସୀଙ୍କ ଏତେଟା ସଂପର୍କ ନାହିଁ କହିଲେ ଚଳେ ଗ୍ରାମରେ ଗୋଟିଏ ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଯାହା ଭଙ୍ଗାଦଦରା ଚାଳଘରେ ଚାଲୁଛି। ସେହିପରି ଛାତ୍ରଛାତ୍ରୀମାନେ ଗ୍ରାମଠାରୁ ୨ କିମି ଦୂର ଦୁର୍ଗମ ଜଙ୍ଗଲ ରାସ୍ତାରେ ପୁଙ୍ଗିଚୁଆ ନୂତନ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଆନ୍ତି। ତେବେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ପାଖରେ ବିଦ୍ୟାଳୟ ନଥିବାରୁ ପ୍ରାଥମିକ ଶିକ୍ଷା ପରେ ପାଠପଢ଼ାରେ ଡୋରି ବନ୍ଧାହୁଏ । ଗ୍ରାମକୁ କେବେ ସ୍ବାସ୍ଥ୍ୟକର୍ମୀ ଆସନ୍ତି ନାହିଁ କି ସ୍ବାସ୍ଥ୍ୟ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଏଠାରେ ହୁଏନାହିଁ । ରୋଗ ହେଲେ ଲୋକେ ଶରତ ହାଟକୁ ଯାଇ କ୍ଲାମାନଙ୍କଠାରୁ ଔଷଧ ଅଣନ୍ତି। ସେହିପରି ଗ୍ରାମ ମୁଣ୍ଡରେ ଥିବା ଏକ ଖାଲରେ କିଛି ନନ୍ଦ ପ୍ରକାଇ ଲୋକେ ପାନୀୟ ଜଳ ସଂଗ୍ରହ କରନ୍ତି । ବର୍ଷ ବର୍ଷ ଧରି ଜଙ୍ଗଲ ଜମିରେ ବାସବାସ କରୁଥିବା ଏଠିକାର ଲୋକ ଏଯାଏ ସରକାରୀ ଘୋଷଣା ଅନୁସାରେ ଜମିପଟ୍ଟା ପାଇ ନାହାନ୍ତି। ଫଳରେ କାହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମିଳିପାରିନାହିଁ। ଖାଲି ସେତିକି ନୁହେଁ, ଜାତିଗତ ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ରଟିଏ ନଥିବାରୁ ସେମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇପାରୁ ନାହାନ୍ତି । ତେବେ ପ୍ରଶ୍ନ ଉଠୁଛି, ସ୍ଵାଧୀନତାର ୭୪ ବର୍ଷ ପରେ ବି ତେଣ୍ଡା ଗ୍ରାମରୁ ଏ ସ୍ଥିତି କାହିଁକି ? ଏହା ପଛରେ ଦାୟୀ କିଏ ? ଗୋଟିଏ ଉତ୍ତର ମିଳିପାରେ। ତାହା ହେଉଛି ; ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁ ଏଠି ଅବହେଳା ଆଶା କରିବା ଆଗାମୀ ଦିନରେ ତେଣ୍ଡା ଗ୍ରାମ ପ୍ରତି ପ୍ରଶାସନିକ ଯେଉଁ ଲୋକମାନେ ବର୍ଷ ବର୍ଷ ଧରି ଜିଇଁବା ପାଇଁ ନାନା ସମସ୍ୟା ସହ ସଂଘର୍ଷ କରୁଛନ୍ତି, ସେମାନଙ୍କ ସେ ସଂଘର୍ଷର ଶୀଘ୍ର ଅନ୍ତ ଘଟୁ ।
ଏଠି ସବୁ କିଛି ଅପହଞ୍ଚ
|
September 3, 2020 |



