ଏଟିଏମ କାର୍ଡ଼ ବଦଳାଇ ଲୁଟ କରୁଥରବା ବେଳେ, ୨ଜଣ ଯୁବକ ଗିରଫ

Spread the love

ଯାଜପୁର ସଦର, ୨୭ା୧୦: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିକଟସ୍ଥ ଏଟିଏମ କାଉଣ୍ଟରରୁ କାର୍ଡ ବଦଳାଇ ଟଙ୍କା ଲୁଟ କରିବା ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ୨ ଲୁଟେରାଙ୍କୁ ଗିରଫ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଘଟଣାରୁ ପ୍ରକାଶ ଯେ, ୨ ଲୁଟେରା ଲୁଟ କରୁଥିବା ବେଳେ, କୌଣସି ସୁତ୍ରରୁ ବାଲିଚନ୍ଦ୍ରପୁର ଥାନା ଆଇଆଇସି ୨ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଚି । ଏହି ୨ ଲୁଟେରା ହେଲେ କେନ୍ଦ୍ରାପଡ଼ା ଶାସନଗିରି ସୋଲା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମଲିକ(ବିଭୁ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କୋଲର ଗ୍ରାମର କାହ୍ନୁ ଚରଣ ମଲିକ(କାହ୍ନୁ) ଏହି ଦୁଇ ଲୁଟେରାଙ୍କ ନିକଟରୁ ବିଭିନ୍ନ ବ୍ୟକ୍ତି ମାନଙ୍କର ୩୪ଗୋଟି ଏଟିଏମ କାର୍ଡ଼ ୩ଟି ମୋବାଇଲ ଏକ ବାଇକ ନଗଦ ୫୫ ହଜାର ଟଙ୍କା ବାଲିଚନ୍ଦ୍ରପୁର ଥାନା ପୋଲିସ ଏହାକୁ ଜବତ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଶୁକ୍ରବାର ବାଲିଚନ୍ଦ୍ରପୁର ନିକଟସ୍ଥ ଷ୍ଟେଟବ୍ୟାଙ୍କ ଏଟିଏମରୁ ଜଣେ ଭଦ୍ରବ୍ୟକ୍ତି ଏଟିଏମରୁ ଟଙ୍କା ଉଠାଉଥିବା ବେଳେ, ଏହି ସମୟରେ କାହ୍ନୁ ସେଠାରେ ପହଁଞ୍ଚି ତାଙ୍କ ଏଟିଏମ କାର୍ଡକୁ ବଦଳାଇ ଦେଇଥିଲେ । ଏହି ଭଦ୍ରବ୍ୟକ୍ତି କାହ୍ନାକୁ ଧରିବା ସହିତ ସ୍ଥାନୀୟ ଲୋକକୁ ଡାକୁ କାହ୍ନାକୁ ପୋଲିସ ଜିମା ଦେଇଥିଲେ । ବାଲିଚନ୍ଦ୍ରପୁର ପୋଲିସ କାହ୍ନାକୁ ପଚାରା ଉଚରା କରିବା ସହିତ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ମଲିକ(ବିଭୂ)କୁ ବାଲିଚନ୍ଦ୍ରପୁର ପୋଲିସ ଧରିଥିଲେ । ଏହି ଲୁଟେରା ମାନେ ହେଲେ ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର, ବଡ଼ଚଣା, ବୈରୀ, କୁଆଖିଆ ଏହି ଅଞ୍ଚଳ ମାନଙ୍କରେ ଏଟିଏମ କାର୍ଡ଼ ବଦଳାଇ ଲୁଟୁ କରୁଥିଲେ । ବାଲିଚନ୍ଦ୍ରପୁର ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ, ଏନେଇ ବାଲିଚନ୍ଦ୍ରପୁର ଥାନାରେ ମାମଲା ରୁଜୁ କରାଯଅଇ ୩୨୩/୨୩ ରେ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଚି । ଏହା ଉପରେ ତଦନ୍ତ ଥାନା ପକ୍ଷରୁ କରାଯାଉଚି ।

Related Posts

About The Author

Add Comment