ଭଦ୍ରକ, ୨୯/୨/୨୦ (ସନ୍ଧାନ ନିଉଜ) : ଟାଟା ଇଣ୍ଡିକେଶ୍ ଏଟିଏମ୍ରୁ ୧୦ ଲକ୍ଷ ୨୦ ହଜାର ହେରଫେର ହୋଇଥିବା ଜଣାଯାଇଛି । ଭଦ୍ରକ ତିହିଡି ବ୍ଲକ୍ କମାରିଆ ବଜାରରେ ୬ ଲକ୍ଷ ୬୦ ହଜାର ଓ ଧାମନଗର ବ୍ଲକ୍ ଦୋବଲ ବଜାରରେ ୩ ଲକ୍ଷ ୬୦ ହଜାର ଟଙ୍କା ଥିବା ଇଣ୍ଡିକେଶ୍ ଏଟିଏମ୍ରୁ ହେରଫେର ହୋଇଥିବାର ସୂଚନା ମିଳିଛି । ଏହି ଏଟିଏମ୍ର ସଫ୍ଟୱେରକୁ ମାଲଞ୍ଜେର ଭାଇରସ ସାହାଯ୍ୟରେ ହ୍ୟାକ୍ କରାଯାଇ ଟଙ୍କା ଲୁଟ୍ ହୋଇଛି । ପୁନେରେ ଥିବା ଏହାର କାର୍ଯ୍ୟାଳୟକୁ ମେସେଜ୍ ଗଲା ପରେ ଏଠାରେ ଥିବା ଅଧିକାରୀଙ୍କୁ ଏନେଇ ସୂଚନା ମିଳିଥିଲା । ଏହାର ଅଧିକାରୀମାନେ ଯାଞ୍ଚ କଲା ପରେ ଟଙ୍କା ଲୁଟ୍ ହୋଇଥିବା କଥା ସ୍ପଷ୍ଟ ହୋଇଥିଲା । ଏନେଇ ଥାନାରେ ମୌଖିକ ଅଭିଯୋଗ ହୋଇଥିଲେ ମଧ୍ୟ ଲିଖିତ ଅଭିଯୋଗ ହୋଇନାହିଁ ।
ଏଟିଏମ୍ରୁ ଟଙ୍କା ହେରଫେର
|
February 29, 2020 |
