ବାରିପଦା, ୦୬.୦୨.୨୦୨୧(ସନ୍ଧାନ ନିଉଜ୍):- ଦେଶରେ ଡିଜିଟାଲ ପେମେଣ୍ଟ ୟୁଜରଙ୍କ ସଂଖ୍ୟା ବଢିବଢି ଚାଲିଛି। ବଡବଡ ସଂସ୍ଥାମାନେ ଲୋକଙ୍କୁ ଦୈୟ ଡିଜିଟାଲରେ ପୈଠ କରିବାକୁ ଉତ୍ସାହିତ କରୁଛନ୍ତି। ଏଥିରେ ଏକ ବଡ ପେମେଣ୍ଟ ଆପ୍ ଭାରତରେ ତାର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏଣୁ ଏପ୍ ବନ୍ଦ ହେବା ପୂର୍ବରୁ ଏଥିରେ ଥିବା ଆପଣଙ୍କ ଆକାଉଣ୍ଟ ତୁରନ୍ତ ଡିଆକ୍ଟିଭେଟ୍ କରିଦିଅନ୍ତୁ। ପେ ପାଲ ବନ୍ଦ କରିବେ ଲୋକାଲ ଅପରେସନ ବିଶ୍ୱର ସର୍ବ ବୃହତ୍ତ ପେମେଣ୍ଟ ଆପ୍ ମଧ୍ୟରେ ପେ ପାଲ ଅନ୍ୟତମ। ତେବେ ଭାରତରେ ସଂସ୍ଥା ତାଙ୍କର ଲୋକାଲ ଅପରେସନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏବା ଏହି ଆପ୍କୁ ଆପଣ ଆଗକୁ ଆଉ କୌଣସି କ୍ରୟ ଲାଗି ଉପଯୋଗ କରିପାରିବେ ନାହିଁ। କମ୍ପାନୀ ୧ ଏପ୍ରିଲରୁ ପ୍ରାଇଭେଟ ପ୍ଲାଟଫର୍ମକୁ ବନ୍ଦ କରିବାକୁ ଯାଉଥିବା ଘୋଷଣା କରିଛନ୍ତି। ତେବେ ଅନ୍ତର୍ଜାତୀୟ ନେଣଦେଣ ଲାଗି ଆପଣ ଏହି ମୋବାଇଲ ଆପ୍କୁ ବ୍ୟବହାର କରିପାରିବେ। ଡିଆକ୍ଟିଭେଟ୍ କରିଦିଅନ୍ତୁ ଆକାଉଣ୍ଟ ଦେଶରେ ପେ ପାଲ ଘରୋଇ ଆକାଉଣ୍ଟ ପ୍ଲାଟଫର୍ମ ବନ୍ଦ କରିବା ପୂର୍ବରୁ ଗ୍ରାହକ ସେଥିରେ ନିଜର ଆକଉଣ୍ଟ ଥିଲେ ନିଜ ଆଡୁ ଡିଆକ୍ସିଭେଟ କରିଦିଅନ୍ତୁ। ଏଥିପାଇଁ ପେ ପାଲ ହୋମ ପେଜକୁ ଯାଇ ଆକାଉଣ୍ଚ ଅପସନ୍ରେ କ୍ଲୋଜ କରିବାର ବ୍ୟବସ୍ଥା କରନ୍ତୁ। ଯଦି ଏଥିରେ ଏହା ସମ୍ଭବ ନ ହେଉଛି ଇ-ମେଲ କରି ଆକାଉଣ୍ଟ ବନ୍ଦ କରିବାକୁ ଅନୁରୋଧ କରିପାରନ୍ତି। ସୂଚନା ଅନୁସାରେ ପେ ପାଲ୍ର ୧୯୦ଟି ଦେଶର ୧ଶହ ନିୟୁତରୁ ଅଧିକ ମେମ୍ବର ଅଛନ୍ତି। ଏଥିରୁ କେବଳ ଭାରତ ନୁହେଁ ସାରା ବିଶ୍ୱର ଲୋକେ କେତେ ଭରସା କରନ୍ତି ତାହା ଅନୁମାନ କରାଯାଇପାରେ। ଗତ ୨୦୧୭ ମସିହାରୁ ପେ ପାଲ ଦେଶରେ କାର୍ଯ୍ୟାରମ୍ଭ କରିଥିଲା। ପେପାଲ ଏକ ୱେବ୍ ସାଇଟ୍ ଯାହା ମାଧ୍ୟମରେ ଅନଲାଇନ ଦେୟ ପୈଠ କରାଯାଏ। ଏହି ୱେବସାଇଟ୍ ମାଧ୍ୟମରେ ଯେ କୌଣସି ବ୍ୟକ୍ତି ଅନ୍ତର୍ଜାତୀୟ ସ୍ତରରେ ନଗଦ ନେଣଦେଣ କରିପାରନ୍ତି।
ଏକ ବଡ ପେମେଣ୍ଟ ଆପ୍ ଭାରତରେ ତାର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି
|
February 6, 2021 |