ଚଣ୍ଡୀଖୋଲ, ୨୫ /୧/୨୦୨୧(ସନ୍ଧାନ ନିଉଜ) ଚଣ୍ଡୀଖୋଲ ସ୍ଥିତ ବାବା ଭୈରବନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ସମର ଶିକ୍ଷ୍ୟାଥ୍ରୀ ବାହିନୀ ତରଫରୁ ଏକାଦଶ ତମ ମତଦାନ ଦିବସ ପାଳିତ ହୋଇଯାଇଛି। ଯୁବ ସମାଜ ମଧ୍ୟରେ ନିର୍ବାଚନ ଓ ଗଣତନ୍ତ୍ର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏ ଦିବସର ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଡ଼ ବିରେନ୍ଦ୍ର କୁମାର ମିଶ୍ର ମତବ୍ୟକ୍ତ କରିଥିଲେ। ଛାତ୍ର ଓ ଛାତ୍ରୀ ମାନଙ୍କୁ ଜାତୀୟ ସେବା ଯୋଜନାର କଯ୍ୟନିବାହୀ ଅଧିକାରୀ ସଲୀଳ ରାଜନନ୍ଦନ ମହାନ୍ତି ଶପଥ ପାଠ କରାଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କ୍ୟାପ୍ଟଟେନ ଦିଲ୍ଲୀପ କୁମାର ନାୟକ,ଡ଼ ସୁଜାତା ସେନାପତି,ଚରଣ ସେବକ ଶତପଥି ଓ ନିରଞ୍ଜନ ବେହେରା ଉପସ୍ଥିତ ରହି ଵ୍ୟକ୍ତବ୍ୟ ପ୍ରଦାନ କରିଥିଲେ
ଏକାଦଶ ତମ ଜାତୀୟମତଦାନ ଦିବସ ପାଳିତ
|
January 25, 2021 |



