ଚାଷ କାମ ଯାହାର କେଡେ ଆନନ୍ଦ ତାହାର, ଏହି ଲେଖାଟି କେବଳ ପାଠ ପଢା ବହିରେ ରହିଗଲା, ଅନ୍ୟ ପକ୍ଷରେ କହିବାକୁ ଗଲେ ସେ କଣ ପାଠ ପଢିଛି ଯେ ଏତେ କଥା ଜାଣିବ, ସେ କେବଳ ଏତିକି ବୁଝିଥିଲା ପାଞ୍ଚ ପରାଣୀଙ୍କ ପେଟରେ ଡହ ଡହ ହୋଇ ଫୁଟୁଥିବା ତତଲା ଭୋକ, କଷାଘାତରେ କଷୁ ଥିବା ଦାରୁଣ ଦଃଖ ।ସେଥିପାଇଁ ତ ସେ ଗାଁ ମହାଜନ ଏବଂ ବ୍ୟାଙ୍କରୁ କିଛି ୠଣ ଆଣିଥିଲା ।ଭାବିଥିଲା ଫସଲ ଅମଳ ରୁ ଯାହା ବାହାରିବ ପରିବାର ମୁହଁରେ ଦେଇ କିଛି ପରିଶୋଧ କରିଦେବ ।।ଠିକ୍ ସେହି ସମୟରେ ଆଶାର ବୈତରଣୀ ଉଭେଇ ଗଲା,ବିଲ ଫାଟି ଆଁ କଲା ମରୁଡିର କଳା ବାଦଲ ମାଡି ଆସିଲା ।।ଏତେ ସବୁ ଘଟଣା ପରେ ୠଣ ଭାର ସୁଝିବା ଭୟରେ ବାଧ୍ୟ ହୋଇ ଧୀରେନ୍ଦ୍ର ବିଷ ପିଇଦେଲେ ।।ଦୀର୍ଘ ବାର ଦିନ ହେବ ଧୀରେନ୍ଦ୍ର ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।।ଏହି ଘଟଣାଟି ଘଟିଛି ଯାଜପୁର ଜିଲ୍ଲାର ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତର କୂଳହରିପୁର ଗ୍ରାମର ଧୀରେନ୍ଦ୍ର ନାଥ ସାହୁଙ୍କ କ୍ଷେତ୍ରରେ ।। ବଡ ବିଡମ୍ବନାର କଥା ଏତେ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମିଳିପାରିଲା ନାହିଁ ସରକାରୀ ସାହାଯ୍ୟ ବା କୃଷି ୠଣ ଛାଡ ।।ଆମ ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା
ତାଜା ଖବର
- ଭୂତ ଙ୍କ ପାଇଁ ରାସନ୍ କାଡ, ଗରିବ ଲୋକେ ନିସହାୟ
- ବାଲିଗୁଡା ସହର କୁ ସରସ ସୁନ୍ଦର ଓ ଭୟ ମୁକ୍ତ ସହର କରିବା ଆମ ଲକ୍ଷ୍ୟ : ଉପଜିଲ୍ଲାପାଳ
- ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ର ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ
- ନୂତନ ବିଡ଼ିଓଙ୍କୁ ଭେଟିଲେ ବ୍ଲକ ବିଜେଡ଼ି କର୍ମକର୍ତ୍ତା
- ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ
- ଶିକ୍ଷା ନିକେତନର ୨୧ ତମ ବାର୍ଷିକ ଉତ୍ସବ
- ଆଠ ମାସ ହେଲା ବିଏସଏନଏଲ ନେଟୱାର୍କ ଅଚଳ : ଅଧିକାରୀ ମାନଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ
- କନ୍ଧମାଳର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ପରଲୋକ: ସମଗ୍ର ଅଞ୍ଚଳରେ ଶୋକର ଛାୟା
- ମା ‘ପାଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀପତ୍ର ଦେଲେ କିରିକୁଟି ଗ୍ରାମବାସୀ
- ଦର୍ଲିପାଳି ଷ୍ଟେଟବ୍ୟାଙ୍କ ଶାଖାପକ୍ଷରୁ ନୂତନ ଏଟିଏମ ର ଶୁଭାରମ୍ଭ