ଉର୍ଷ ଉତ୍ସବ ପୂର୍ବରୁ ଖାନକା ସରିଫକୁ ସଂଯୋଗ କରୁଥିବା ରାସ୍ତାର ପୁନରୁଦ୍ଧାର ଦାବି

Spread the love

ଭଦ୍ରକ,୨୮/୮ (ସନ୍ଧାନ ନିୟୁଜ) ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ଭଦ୍ରକର ବିଶିଷ୍ଟ ଧର୍ମଗୁରୁ ବଡ଼ ସରକାରବାବାଙ୍କ ପବିତ୍ର ଉର୍ଷ ଉତ୍ସବ। ଭଦ୍ରକ ପୌାରାଞ୍ଚଳ ଅଧିନସ୍ଥ ସରକାରନଗର ଖାନକା ଶରିଫ ଠାରେ ଏହା ପାଳିତ ହେବ। ଏହି ଉତ୍ସବରେ ଭାରତର ବିଭିନ୍ନ ପ୍ରାନ୍ତରରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗଦେଇଥାନ୍ତି। ଏହି ଅବସରରେ ବାବାଙ୍କ ପୀଠକୁ ସଂଯୋଗ କରୁଥିବା ୨ଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଏହାର ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ବିଶେଷକରି ପୁରୁଣାବଜାରରରୁ ଛଡ଼କାମହଲା ଦେଇ ସରକାରନଗରକୁ ଯାଇଥିବା ଓ ଚନ୍ଦନବଜାର ଛକରୁ ବୁଧବାରହାଟ ଦେଇ ଯାଇଥିବା ଭଦ୍ରକ ଚାନ୍ଦବାଲି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଉର୍ଷ ଉତ୍ସବ ସମୟରେ ଏହି ରାସ୍ତା ଦେଇ ହାଜରହାଜାର ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଯାଆସ କରିଥାନ୍ତି। ତେଣୁ ଏହି ରାସ୍ତାର ନବୀକରଣ ସହିତ ପ୍ରଶସ୍ତିକରରଣ ପାଇଁ ଭଦ୍ରକ ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଦାବି କରାଯାଇଛି। ଉର୍ଷ ଉତ୍ସବ ପୂର୍ବରୁ ଏହା କରିବାକୁ ମଞ୍ଚର ମୂୁଖ୍ୟ ସଂଯୋଜକ ରାଜେନ୍ଦ୍ର ଯେନା, ସଭାପତି ଅବୁହୋସେନ ଖାନ, ସମ୍ପାଦକ ସେକ୍ ତାଜଉଦ୍ଦିନ, ଏମଡ଼ି. ଅସଗର, ଅବଦୁଲ ମୋନାନ ଖାନ, ଅନୱାର କାଲିକ, ଅମିତ ଘଡ଼େଇ, ସେକ ଜାନୁ, . ଜାଫର ଖାନ, ସେକ ଆଶିକୁର ରହେମାନଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।

Report- ramesh nayak bhadrak

Related Posts

About The Author

Add Comment