ଯାଜପୁର ସଦର,୧୬/୦୭ (ସନ୍ଧାନ ନୟୁଜ) : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ଅରଙ୍ଗାବାଦ ପଂଚାୟତର ବିଜେଡ଼ି ସରପଂଚ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ବେଳେ, ମିଶ୍ରଣ ପର୍ବ ଅନୁଷ୍ଟିତ କରାଯାଇଥିଲା । ଅବଙ୍ଗାବାଦ ପାଂୟତର ସରପଂଚ ବିଜେପିରେ ଯୋଗଦେଇଥିବାରୁ ଦଳ ବିରୋଧି କାମ କରିଥିବାରୁ ଶନିବାର ଦଳରୁ ବହିସ୍କୃତ କରାଯାଇଥିଲା । ଏହି ପଂଚାୟତରେ ଅର୍ଜ୍ଜୁନ ମଲିକ, ସର୍ବେଶ୍ୱର ମଲିକ, କୁନା ମଲିକ, ଶରତ ମଲିକ, ଗଗନ ମଲିକ, କିଶୋର ସେଠୀ, ଚନ୍ଦ୍ରଶେଖର ସାମଲ, ସୁବ୍ରତ ବେହେରା ଶତାଧିକ ବିଜେଡ଼ିକୁ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ଶିବ ମନ୍ଦିର ପରିଶରରେ ଉମେଶ ଜେନାଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି ମିଶ୍ରଣ ପର୍ବ କରାଯାଇଥିଲେ । ଭାଜପା ସରକାର ଲୋକମାନଙ୍କ ନିକଟରେ ପହଁଞ୍ôଚବ ଉମେଶ ଜେନା ମତ ରଖିଥିଲେ । ଉପ ସଭାପତି ଆଶୁତୋଷ ପରିଡ଼ା, ମାନସ ଜେନା, ସନ୍ତୋଷ ରାଉତ, ସୁଧାଶୁଂବାଳା ସାମଲ, ନିର୍ମଳ ସାମଲ ଯୋଗଦେଇଥିଲେ ।
ଉମେଶ ଜେନା ନେତୃତ୍ୱରେ ବିଜେଡ଼ି ସରପଂଚ ବିଜେପି ମିଶିଲେ
|
July 16, 2025 |


