ଉମାକାନ୍ତ ମହାପାତ୍ର ସ୍‌ୃତି ସମ୍ମାନ ପାଇଁ ୫ ଜଣ ମନୋନୀତ

Spread the love

ଯାଜପୁର,(ସନ୍ଧାନ ନ୍ୟୁଜ):

ଚଳିତ ବର୍ଷ ଶିକ୍ଷାବିତ୍ ଏବଂ ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କ ୮୫ତମ ଜୟନ୍ତୀ ଉତ୍ସବ ଆସନ୍ତା ୯ତାରିଖ ଦିନ ଡି.ୟୁ. ପବ୍ଲିକ ସ୍କୁଲରେ ଅନୁଷ୍ଠତି ହେବ । ଏହି ଉପଲକ୍ଷେ ପ୍ରତିବର୍ଷ ପରି ଉମାକାନ୍ତ ସ୍ତୃତି ସମ୍ମାନ ପାଇଁ ୫ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ମୋନନୀତ କରାଯାଇଛି । ସେମାନଙ୍କ ମଧଧ୍ୟରୁ ୪ଜଣ ଶିକ୍ଷାବିତ୍ ଏବଂ ଜଣେ ସମାସେବୀ ରହିଛନ୍ତି । ଶିକ୍ଷାକ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ବଡଚଣାର ଅପସର ପ୍ରାପ୍ତ ଶିକ୍ଷକ ତଥା ସୁଲେଖକ ନରେନ୍ଦ୍ର ପ୍ରତାପ, କଂଟିଗଡିଆର ଅବସର ପ୍ରାପ୍ତ ଶିକ୍ଷକ ତଥା ପଣ୍ଡିତ ବିଜୟ କୁମାର କର ଶର୍ମା, କଳାଶ୍ରୀ ଗୋପାଳପୁର ଅବସରପ୍ରାପ୍ତ ଶିକ୍ଷକ ଅଜିତ ମହାନ୍ତି, ଖୋସାଲିପୁରର ଅବସରପ୍ରାପ୍ତ ଶିକ୍ଷକ ଯଚୀନ୍ଦ୍ର ଜେନାଙ୍କୁ ଚଳିତବର୍ଷ ଉମାକାନ୍ତ ସ୍କୃତି ସମ୍ମାନରେ ମାନପତ୍ର ଉପଢ଼ୈକନ ଦିଆଯାଇ ସମ୍ମାନୀତ କରାଯିବାପାଇଁ ମନୋନୀତ କରାଯାଇଛି ।ସେହପରି ସେବକ ଜରା ଆଶ୍ରମର ମୁଖ୍ୟ ସମାଜସେବୀ ସୁରେଶ ବିଶ୍ୱାଳଙ୍କୁ ଉମାକାନ୍ତ ସେବା ସମ୍ମାନରେ ସମ୍ମାନୀତ କରାଯିବ । ଏହି ଉତ୍ସବରେ ମାନ୍ୟବର ବିଧାୟକ ଅମର କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦୋନ କରିବା ପାଇଁ ସିକୃତ ପ୍ରଦାନ କରିଛନ୍ତି । ସେହିପରି ଧର୍ମଶାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଇନ୍ଦୁପ୍ରଭା ସାମଲ ମୁଖ୍ୟବକ୍ତା ଏବଂ ମହାବିନାୟକ ଏଜୁକେସନାଲ ୱଲେଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଧନେଶ୍ୱର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ମୃତି କମିଟି ପକ୍ଷରୁ କୁହାଯାଇଛି ।

 

Related Posts

About The Author

Add Comment