ଯାଜପୁର ସଦର 31/8 : ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ ଗ୍ରାମରେ ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଗୃହ ନିର୍ମାଣ ନିମନ୍ତେ ବିଧାୟକ ବିଶ୍ୱ ମଲ୍ଲିକ ଆଜି ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ୩୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଆସନ୍ତା ୨ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିଦେ୍ର୍ଧଶ ରହିଛି । ଏହି କାର୍ଯ୍ୟକ୍ରମରେ ବରୀ ପଂଚାୟତ ସମିତି ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ,ଜିଲ୍ଲା ପରିଷଦ ଦିଲ୍ଲିପ ମହାନ୍ତି,ଝାଲପଡା ସରପଂଚ ଭାରତୀ ମଲ୍ଲିକ,ନାଏବ ସରପଂଚ ବେଣୁଧର ମୁଦୁଲି, ଏରବାଙ୍କ ସରପଂଚ ରେଖା ମଲ୍ଲିକି, ଦିଲ୍ଲିପ କୁମାର ଜେନା,ଉକôଳ ଜେନା,ଚନ୍ଦନ ବିଶ୍ୱାଳ,ବନମାଳି ମଲ୍ଲିକ,ବାବୁଲା ମଲ୍ଲିକ,କୈଳାସ ନାୟକ,କେଦାରନାଥ ରାୟ,ବାଦଲ ରାୟ,ସନ୍ତୋଷ ସାହୁ,ପ୍ରିୟନାଥ ରାଉତ,ବିଭୂତିଭୂଷଣ ଦାସ,ରଂଜିତ ନାୟକ,ରାଜେସ ଜେନା,ରଘୁନାଥ ଜେନା,ଶ୍ୟମସୁନ୍ଦର ବିଶ୍ୱାଳ,ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଭାପତି ରଶ୍ମିତା ସାହୁ ସମ୍ପାଦିକା ଶଶ୍ମିତା ଜେନା, ଅନନ୍ତ ସାହୁ,ଲକ୍ଷ୍ମଣ ବିଶ୍ୱାଳ,ରବୀନ୍ଦ୍ର ଦାସ,ଅକ୍ଷୟ ଦାସ,ସୁବାଷ ଚନ୍ଦ୍ର ରାଉତ,ସୁରେନ୍ଦ୍ର ରାଉତ,ବିଶ୍ୱମ୍ବର ଦାସ,ହରିହର ପୃଷ୍ଟି,ଅଶୋକ ଦାସ,ଶିବପ୍ରସାଦ ଜେନା,ଅର୍ଜୁନ ସାହୁ,ରାକେଶ ସାହୁ,ନିରଂଜନ ଗନ୍ତାୟତ,ନିରଂଜନ ଜେନା,ପ୍ରଶାନ୍ତ ମୁଦୁଲି,ନିଶିକାନ୍ତ ସାହୁ,ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ଝାଲପଡା ପଂଚାୟତ କାକୁଡିକୁଦ ଠାରେ ଥିବା ମିସନଶକ୍ତି ଗୃହକୁ ରାସ୍ତା,ବିଦ୍ୟୁତ ସଂଯୋଗ,ପାଚେରୀ ନିର୍ମାଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା କର୍ମି ମାନେ ବିଧାୟକ ଶ୍ରୀ ମଲ୍ଲିକଙ୍କ ନିକଟରେ ଲିଖିତ ଦାବି ରଖିଥିଲେ ।
www.sandhanews.com



