ଯାଜପୁର /୦୩/୦୯/ସନ୍ଧାନ ନିୟୁଜ )ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ପ୍ରଭାତ କୁମାର ବଳବନ୍ତରାୟ ଗତ ୧୯ ତାରିଖରେ ଇସ୍ତଫା ଦେବା ପରେ ଉକ୍ତ ପଦ ଖାଲିପଡିଥିଲା। ଆଜି ବ୍ଲକର ସମିତି ସଭ୍ୟା ବିଶ୍ଵବିଜୟିନୀ ମିଶ୍ରଙ୍କୁ ବ୍ଲକ ଅଧ୍ଯକ୍ଷା ଦାୟିତ୍ବ ପ୍ରଦାନ କରାଯାଇଛି। ସରକାର ପରିବର୍ତ୍ତନ ପରେ ବ୍ଲକର ଉନ୍ନୟନ ମୂଳକ ସରକାରୀ କାର୍ଯ୍ୟ ତ୍ବରାନ୍ବିତ ହେବାରେ ବାଧା ଉପୁଜିଥିବା ଅଭିଯୋଗ ଆଣି କିଛି ସମିତି ସଭ୍ୟ ଓ ସରପଞ୍ଚ ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ I ଅଗଷ୍ଟ ୧୧ ତାରିଖରେ ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ବ୍ଲକ ପରିସରରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟଙ୍କ ନେଇ ବିଧାୟକ, ସାଂସଦଙ୍କ ଉପସ୍ଥିତିରେ ୨୨ ତାରିଖରେ ଆଲୋଚନା । ରଖାଯାଇଥିଲା I କିନ୍ତୁ ତା ପୂର୍ବରୁ ଶ୍ରୀ ବଳବନ୍ତରାୟ ନିଜ ପଦରୁ ଇସ୍ତଫା ଦେଇଥିଲେ | ଫଳରେ ସେହି ଦିନରୁ ଏହି ପଦ ଖାଲି ପଡ଼ିଥିଲା | ନିୟମ ଅନୁସାରେ ନୂଆ ଅଧ୍ଯକ୍ଷ ନିର୍ବାଚିତ ହେବା ପର୍ଯ୍ୟନ୍ତ ଉପାଧ୍ଯକ୍ଷ ଅଧ୍ଯକ୍ଷ ଦାୟିତ୍ବ ତୁଲାଇବେ । ତେଣୁ ଉପାଧ୍ଯକ୍ଷା ଶ୍ରୀମତି ମ ମିଶ୍ର ଏହି ଦାୟିତ୍ବ ଗ୍ରହଣ କରିବା ସହ ଅଧ୍ୟକ୍ଷଙ୍କ ଚେୟାରରେ ବସିଛନ୍ତି I ଧର୍ମଶାଳା ବିଡିଓ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ |
ଉପାଧ୍ଯକ୍ଷାଙ୍କୁ ଧର୍ମଶାଳା ବ୍ଲକ ଅଧ୍ଯକ୍ଷା ଦାୟିତ୍ବ
|
September 3, 2025 |



