ଉପସ୍ଥିତି ବୁଦ୍ଧି ବଞ୍ଚାଇଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Spread the love
ରାଉରକେଲା, ୧୩/୧/୨୦୨୦ (ସନ୍ଧାନ ନିଉଜ) : ଟ୍ରକ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଗାଡି ଏବଂ ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଶୁକ୍ରବାର ରାଉରକେଲା ପାୱାର ହାଉସ ରୋଡ଼ସ୍ଥିତ ଏକ ଲଜିଷ୍ଟିକ୍‌ ଅନଲାଇନ କମ୍ପାନୀର ସାମଗ୍ରୀ ନେଇ ଟ୍ରକଟି ଆସୁଥିଲା । ପାନପୋଷ ନିକଟରେ ଗାଡି ଭିତରୁ ଧୂଆଁ ବାହାରିବା ସହ ନିଆଁ ଧାସ ବାହାରିଥିଲା । ମାତ୍ର ଡ୍ରାଇଭର ସେଠାରେ ଗାଡି ନରଖି 5 କିଲୋମିଟର ଦୂର ପାୱାର ହାଉସ ରୋଡ଼ ନିକଟରେ ଥିବା ଉକ୍ତ କମ୍ପାନୀ ଏକ ବ୍ରାଞ୍ଚ ନିକଟକୁ ଗାଡି ନେଇ ଆସିଥିଲେ । ପୂର୍ବରୁ ଡ୍ରାଇଭର ଜଣକ ଏନେଇ କମ୍ପାନୀ ଲୋକଙ୍କୁ ସୂଚନା ଦେଇଥିବାରୁ ପାୱାର ହାଉସ ରୋଡ଼ରେ ଫାୟାର ଷ୍ଟେସନର ଟିମ ଉପସ୍ଥିତ ଥିଲେ । ଗାଡି ପହଞ୍ଚିବା ମାତ୍ରେ ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ ।

Related Posts

About The Author

Add Comment