ଉଦ୍‌ଘାଟିତ ହେଲା ସିଗନେଚର ବ୍ରିଜ, ୧୫୪ ମିଟର ଉଚ୍ଚରୁ ଲୋକେ ନେଇ ପାରିବେ ସେଲଫିର ମଜା

Spread the love

ନୂଆଦିଲ୍ଲୀ, ୪/୧୧(ସନ୍ଧାନ ନିୟୁଜ) : ଅନେକ ବର୍ଷ ଧରି ଅପେକ୍ଷାରେ ଥିବା ଦିଲ୍ଲୀରେ ନବନିର୍ମିକ ସିଗନେଚର ବି୍ରଜ୍‌କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ରବିବାର ଅପରାହ୍ନରେ ଉଦ୍‌ଘାଟନ୍‌ କରିଛନ୍ତି। ଯମୁନା ନଦୀ ଉପରେ ନିର୍ମିତ ଏହି ବ୍ରିଜ ଭାରତର ପ୍ରଥମ ଆସିମେଟ୍ରିକାଲ କେବୁଲ ଷ୍ଟେଡ୍‌ ବ୍ରିଜ ବୋଲି କୁହାଯାଉଛି। ଏହା ଦିଲ୍ଲୀ ଉତ୍ତରପୂର୍ବ ଓ ଉତ୍ତର ପଶ୍ଚିମ ଦିଗକୁ ସଂଯୋଗ କରିବ।

ସୂଚନାଯୋଗ୍ୟ, ଏହି ବ୍ରିଜ ସାଧାରଣ ଲୋକମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏହି ବ୍ରିଜକୁ ନିର୍ମାଣ ପାଇଁ ୧୪ବର୍ଷର ସମୟ ଲାଗିଥିବା ବେଳେ ୧୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଆସିମେଟ୍ରିକାଲ କେବୁଲ ଷ୍ଟେଡ୍‌ ବ୍ରିଜର ବିଶେଷତ୍ୱ ହେଉଛି, ଏହି ବ୍ରିଜରେ ଏକ ଲଫଟର ଖଞ୍ଜା ଯିବ, ଯାହା ସାହାଯ୍ୟରେ ଲୋକମାନେ ପାଖାପାଖି ୧୫୪ ମିଟର ଉପରକୁ ଯାଇ ଦିଲ୍ଲୀ ସହରର ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ। ପୋଲର ଉଚ୍ଚତ ୧୫୪ ମିଟର ରହିଥିବା ବେଳେ ଏଥିରେ ୪ଟି ଲିଫ୍ଟ ଲଗାଯାଇଛି। ତେବେ ଏହା କୁତୁବମିନାରଠାରୁ ଦୁଇଗୁଣା ବୋଲି କୁହାଯାଉଛି।

Related Posts

About The Author

Add Comment