ଉଦ୍ଧାର ଶିଶୁକନ୍ୟା ପାଇଁ ପ୍ରଶାସନର ମୁଣ୍ଡବ୍ୟଥା ହେବା ଚର୍ଚ୍ଚାର ବିଷୟ ପାଲଟିଛି

Spread the love

ଚିତ୍ରଡ଼ା, ୦୮.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଇଲାକାରୁ ପ୍ରାୟ ୭ ମାସ ପୂର୍ବରୁ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଏକ ସଦ୍ୟ ଜାତ ଶିଶୁକନ୍ୟା ପାଇଁ ୭ ମାସ ପରେ ପ୍ରଶାସନର ମୁଣ୍ଡବ୍ୟଥା ହେବା ଚର୍ଚ୍ଚାର ବିଷୟ ହୋଇଛି । ଘଟଣାଟି ଏବେ ନାଟକୀୟ ମୋଡ଼ ନେଇଛି । ଘଟଣାଟି ଏହିପରି । ପ୍ରାୟ ୭ ମାସ ପୂର୍ବରୁ ମୋରଡା ଥାନା ଅନ୍ତର୍ଗତ ଭାଲୁକଚୁଆ ଗ୍ରାମର ଏକ ଦମ୍ପରି ଜଙ୍ଗଲରୁ ଏକ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର କରିଥିଲେ। ଖବରପାଇ ସେତେବେଳେ ଚାଇଲ୍ଡ ହେଳ୍ପ ଲାଇନ ସଂପୃକ୍ତ ପରିବାର ପାଖରେ ପହଞ୍ଚି ଥିଲେ ମଧ୍ୟ ଉଦ୍ଧାର ଶିଶୁକନ୍ୟାକୁ ନେଇନଥିଲେ । ଯେଉଁ ମହିଳା ସେହି ଶିଶୁକନ୍ୟାକୁ ଲାଳନ ପାଳନ କଲେ ତାଙ୍କର ଦୁଇ ଶିଶୁ ପୁତ୍ର ଥିବା ବେଳେ ଜଣେ ମାକ୍ଷୀର ଖାଉଥିବାରୁ ଉଦ୍ଧାର ଶିଶୁକନ୍ୟାକୁ ମଧ୍ୟ ନିଜ କ୍ଷୀର ଖୁଆଇ ବଞ୍ଚାଇ ରଖିଲେ । ଝିଅ ନଥିବାରୁ ଝିଅଟିଏ ପାଇ ପରିବାର ଖୁସିରେ ଥିଲେ। ଘଟଣାଟି ଚଚ୍ଚିତ ହେବାରୁ ପ୍ରଶାସନ ସେହି ଶିଶୁକନ୍ୟାକୁ ଉଦ୍ଧାର କରି ନେବା ପାଇଁ ଇଚ୍ଛା ପ୍ରକାଶ କରି ରବିବାର ସେହି ପରିବାର ପାଖରେ ବହୁ ସଂଖ୍ୟକ ପୁଲିସ, ଚାଇଲ୍ ହେଲ୍ମ ଲାଇନ, ଶିଶୁ ବିକାଶ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗ, ମୋରନ୍ଦା ତହସିଲଦାର ପହଞ୍ଚିଲେ ଶିଶୁକନ୍ୟାକୁ ନେବାପାଇଁ । କିନ୍ତୁ ନାଟକୀୟ ଢଙ୍ଗରେ ସଂପୃକ୍ତ ମହିଳା ଓ ଶିଶୁକନ୍ୟା ନିଖୋଜ ହୋଇଗଲେ। ଜଙ୍ଗଲ ଠାରୁ ସମ୍ପର୍କୀୟ ଘର ପର୍ଯ୍ୟନ୍ତ ପ୍ରଶାସନ ଖୋଜି ଖୋଜି ନୟାନ୍ତ ହୋଇପଡ଼ିଥିବା ବେଳେ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି । ଯାହା ଜଣାପଡେ ନିଜ କ୍ଷୀର ଖୁଆଇ ୭ ମାସ ହେଲା ପୋଷିଥିବା ଶିଶୁକନ୍ୟା ପ୍ରତିମାର ମମତା ବଢିଯାଇ ଥିବାରୁ ଅନ୍ୟ କାହା ହାତରେ ଟେକିଦେବା ପାଇଁ ଚାହୁଁ ନାହିଁ । ପ୍ରଥମେ ଉଦ୍ଧାର ହୋଇଥିବା ବେଳେ ପ୍ରଶାସନ ନନେବା ଆଜି ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ଏଥିପାଇଁ ସଚେତନ ନାଗରିକ ଜିଲା ଚାଇଲ୍ଡ ହେଲ୍ମ ଲାଇନ ଓ ଶିଶୁ ବିକାଶ ଯୋଜନାର ଅବହେଳାକୁ ଦାୟୀ କରିଛନ୍ତି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପ୍ରଶାସନର ଖୋଜାଖୋଜି ଜାରି ଥିବା ଜଣାପଡିଛି ।

 

Related Posts

About The Author

Add Comment