ବାରିପଦା,୧୩/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଆନୁକୂଲ୍ୟରେ କୋଭିଡ-୧୯ ମହାମାରୀ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷାର ନବଦିଗନ୍ତ ଉପୋଲବ୍ଧି ଗୁଣବତ୍ତା ଓ ପ୍ରାସଙ୍ଗିକତା ଶୀର୍ଷକ ଏକ ଆନ୍ତର୍ଜାତିକ ଆଲୋଚନା ଚକ୍ର ଭଚୁଆଇ ପଦ୍ଧତିରେ ଅନୁଷ୍ଠିତ ହୋଇଯାଉଛି । ଏହି ଅଭୂତପୂର୍ବ ବିଶ୍ୱ ବ୍ୟାପି ମହାମାରୀ ପ୍ରଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ଲର୍ଣ୍ଣିଂ , ଅନ୍ଲାଇନ୍ ଲାବ୍ ଆଦି ଶିକ୍ଷାର ଯେଉଁ ପରିବର୍ତ୍ତିତ ପୂପରେଖ ବର୍ତ୍ତିମାନ ଦେଖିବାକୁ ମିଳିଥିବାରୁ ଇଣ୍ଟରନେଟର ବ୍ୟାପକ ବ୍ୟବହାର ତଥା ବ୍ଲେଣ୍ଡେଡ୍ ଲର୍ଣ୍ଣିଂ ମାଧ୍ୟମରେ ପରବର୍ତ୍ତି ପରିସ୍ଥିତିରେ କିପରି ଭାବରେ ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ଗୁଣବତ୍ତାର ସହିତ ଉପଲବ୍ଧ ହେବାର ସହାୟକ ହରବା ସେଥିନେଇ ବିସ୍ତୁତଭାବେ ଆଲୋଚନା ହୋଇଯାଉଛି । ଗତ ମଙ୍ଗଳବାରରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରକୁ ଉତ୍ତର ଓଡିାଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ଉଦଘାଟନ କରିବା ସହ ଅଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପ୍ରରମ୍ଭରେ ଶିକ୍ଷା ବିଭାଗର ଅଧ୍ୟକ୍ଷ ଡ.ସମୀର କୁମାର ଲେଙ୍କା ସ୍ୱାଗତ ଉଦବୋଧନୀ ଦେଇଥିଲେ । ଏହି ଆଲୋଚନା ଚକ୍ରର ଆମନ୍ତ୍ରିତ ବକ୍ତା ୫ଜଣ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଶିକ୍ଷା ବିଷୟ ବିଶେଷଜ୍ଞ ଭଡିଓ ଇନ୍ଫରେନ୍ତ୍ରିଂ ମାଧ୍ୟମରେ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ସେମାନେ ହେଲେ ନୂଆଦିଲ୍ଲୀସ୍ଥିତ ଇନ୍ଦିରାରାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଞ୍ଚନାଥମ୍ ନଟରାଜନ୍ ଗୁଜୁରାଟର ବରୋବାସ୍ଥିତ ଏମ୍ଏସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଦର୍ଶନ ପାଣିଗ୍ରାହୀ, ଇଂଲଣ୍ଡର ସେଣ୍ଟାଲ ଲାଙ୍କାସାୟାର ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲଚିକ୍ ଗେସନ୍ ଏବଂ ଖଡଗପୁର ଆଇାଇଟି ପ୍ରଫେସର ଅଟସୀ ମହାନ୍ତି ।
ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ବରୋଷ୍ଠ ଅଧ୍ୟାପକ ଡ.ରମେଶ କୁମାର ପରୁଆ ଆମନ୍ତ୍ରିତ ବକ୍ତାମାନଙ୍କର ସଂକ୍ଷିପ୍ର ପରିଚୟ ପ୍ରଦାନ କରିଥିଲେ । ସ୍ନାତକୋଳର ପରିଷଦ ଅଧକ୍ଷ ପଫେସର ଅନୀଲ କୁମାର ବିଶ୍ୱାଲଙ୍କ ଦ୍ୱାରା ଆଲୋଚନା ଚକ୍ର ସୁଚାରୁ ରୂପେ ସମାପନ କରାଯିବା ନେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କମ୍ପୁତର ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ଡ.ଶାନ୍ତି ସ୍ୱରୁପ ବସା ପ୍ରମୁଖ ସମସ୍ତ ବୈଷୟିକ ସହୋଯୋଗ ପ୍ରଦାନ କରିଥିଲେ । ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଗବେଷକଗବେଷିକା ଏବଂ ଅଧ୍ୟପକଅଧ୍ୟାପିକା ପୂର୍ବରୁ ରେଜିଷ୍ଟ୍ରେସନ କରି ଗୁଗୁଲ୍ ମିଟ ଜରିଆରେ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଏତ୍ବ୍ୟତୀତ ଫେସବୁକ୍ ଲାଇଡଭରେ ସିଧାପ୍ରସାରଣ ମାଧ୍ୟମରେ ଏହି କାର୍ଯ୍ୟକ୍ରମଟିକୁ ପ୍ରଦର୍ଶିତ କରାଯାଉଥିଲା ।
ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଆୟୋଜିତ ଆନ୍ତର୍ଜାତିକ ଇ-ଆଲୋଚନାଚକ୍ର
|
July 13, 2020 |