ବାରିପଦା-୧୨/୭/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଉତ୍ତର ଓଡ଼ିଶାରେ ଗୁରୁବାର ଏକଦିନେ ୯୪ ପଜିଟିଭ୍ ହୋଇଥିବା ବେଳେ ଭନ୍ଦ୍ରକରେ ଜଣଙ୍କର ମୃତ୍ୟୁ ହୋଇଛି । ଦିନକରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଦିନକୁ ଦିନ ପରିସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଛି ।
ବାଲେଶ୍ଵର ଜିଲ୍ଲାରେ ଆଉ ୩୦ଜଣ କୋରାନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୬ ରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ ୩୫୫ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୩୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ହୋମ୍ କ୍ବାରେନଣ୍ଟାଇନ୍ ରେ ଥିବା ବେଳେ ଅନ୍ୟ ୨୫ଜଣ ଲୋକଙ୍କ କେସ୍ ରହିଛି । ହୋମ୍ କ୍ବାରେନଣ୍ଟାଇନ୍ ରେ ଥିବା ୫ଜଣଙ୍କ ମଧ୍ୟରୁ ୨ଜଣ କର୍ନାଟକ,୨ଜଣ ତାମିଲନାଡୁ, ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା । ୨୫ ଜଣ ଲୋକାଲ କେସ୍ ମଧ୍ୟରୁ ୧୧ ଜଣ କଣ୍ଟେନମେଣ୍ଟ ଜୋନ ର ଥିବା ବେଳେ ୮ ଜଣ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ସମସ୍ତଙ୍କ କଣ୍ଟାକୁ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ , ବାଲେଶ୍ଵର ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି ।
ଭନ୍ଦ୍ରକ ଜିଲ୍ଲା ୨ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୯ ଛୁଇଁଛି । ବୁଧବାର ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୁତ୍ୟୁ ହୋଇଥିବା ବେଳେ ଆଉ ୨୦ ଜଣ ଚିକିତ୍ସାଧୀନ ରହିଥିବା ଜିଲ୍ଲାପାଳ ଡ଼.ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ମୟୂରଭଞ୍ଜ ଜିଲ୍ଲାରେ ଆଉ ୧୪ କୋରାନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦୫ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ବେତନଟୀ ବ୍ଲକ ଅଞ୍ଚଳର ଜଣେ କୋରାନ ଯୋଦ୍ଧା ,୯ ଜଣ ସଙ୍ଗରୋଧ ଗୃହରୁ ଚିହ୍ନଟ ହୋଇଥିବା ବେଳେ ୪ଜଣ ସ୍ଥାନୀୟ ସଂକ୍ରମଣ ବୋଲି ପ୍ରଶାସନ ସୂଚନା ଦେଇଛି । ବେତନଟୀ,ଖୁଣ୍ଟା, କପ୍ତିପଦା, ଶୁକୃଳି, ଯଶିପୁର, ଓ ବିଜତଳା ବ୍ଲକରୁ ୨ ଜଣ ଲେଖାଏଁ , ବଡସାହି ଏବଂ ଶ୍ୟାମାଖୁଣ୍ଟା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ରେକର୍ଡ଼ ସଂଖ୍ୟକ ୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଶହ ଟପିଛି । ବଡ଼ବିଲରେ ଦିନକରେ ୩୪ଜଣ ଲୋକାଲ କେସ୍ ଚିହ୍ନଟ ହେବା ଏବଂ ୨ଜଣ କୋରାନ ଯୋଦ୍ଧା କୋରାନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନେ ସମସ୍ତେ ବଡ଼ବିଲ୍ ପୈାରାଞ୍ଚଳ , ପାଟଣା ବ୍ଲକ,ଘସିପୁରା ବ୍ଲକ ଏବଂ ଝୁମ୍ପୁରା ବ୍ଲକ ଅଞ୍ଚଳର ବୋଲି ସୂଚନା ମିଳିଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଛି । ଅପରପକ୍ଷରେ ୧୩୫ଜଣ କୋରାନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି ।