ଉତ୍କଳ ବିକାଶ ପରିଷଦ ପକ୍ଷରୁ ମନ୍ଦିର ପରିସରରେ ବିଶୋଧନ କାର୍ଯ୍ୟକ୍ରମ

Spread the love
କଟକ 27/02/2021 (ସନ୍ଧାନ ନିଉଜ) କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ ବୟାଳିଶମୌଜା ଉପକଣ୍ଠ କୂଳସରିଚୁଆଁ ପଂଚାୟତର ଚାନ୍ଦୁଲି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠନାଥ ମନ୍ଦିର ପରିସର କରୋନା ଭୁତାଣୁ ସଂକ୍ରମଣ ରୋକିବା ତଥା ଭକ୍ତ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଶୋଧନ କରାଯାଇଛି । ଏହି ସେଵାକାର୍ଯ୍ୟରେ ପରିଷଦ ପକ୍ଷରୁ କାର୍ଯ୍ୟକର୍ତା ଶରତ ରାଉଳ,ରସାନନ୍ଦ ବେହେରା,ମଙ୍ଗରାଜ ସେଠୀ, ପପୁ ପ୍ରଧାନ,ପପୁ ଦାସ,ସଞ୍ଜୟ ପଟ୍ଟନାୟକ,ପିକେ ରାୟ,ବିଜୟ କୁମାର ନାୟକ,ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକୁ ସଫଳ କରିଥିଲେ । ଏହି ସେବାକାର୍ଯ୍ୟରେ ସର୍ବସାଧାରଣଙ୍କ ଅକୁଣ୍ଠ ସହଯୋଗ,ପରିଷଦର କର୍ମକର୍ତ୍ତା ମାନଙ୍କର ଆଗ୍ରହ,ସାଧୁଉଦ୍ୟମକୁ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରସଂଶା କରିବା ସହ ଆଗାମୀ ଦିନମାନଙ୍କରେ ଏହିପରି ବିଭିନ୍ନ ସେଵା ଦିଗରେ ସମସ୍ତେ ସହଯୋଗ କରିବାକୁ ସର୍ବସାଧାରଣରେ ନିବେଦନ କରିଛନ୍ତି । Report- Manas Rout

Related Posts

About The Author

Add Comment