ଉତ୍କଳ ବିକାଶ ପରିଷଦର କାର୍ଯ୍ୟକର୍ତା ମାନଙ୍କୁ ସାଧାରଣରେ ଉଚ୍ଚ ପ୍ରସଂଶା

Spread the love
କଟକ , ୧୬/୫/୨୦୨୧ (ସନ୍ଧାନ ନିଉଜ)- କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ  ସଦର ଉପକଣ୍ଠ ଇଶାଣୀବ୍ରହ୍ମପୁର ଓ ଶିର୍ଲୋ ପଞ୍ଚାୟତର ମଙ୍ଗଦେଇପୁର,ଖେଣ୍ଟାଳୋ,ଇଶାଣୀବ୍ରହ୍ମପୁର,ଜାହାନପୁର,ପଣ୍ଡାଢିଅ ଆଦି ବହୁ ଗ୍ରାମରେ ଥିବା ସମସ୍ତ ମନ୍ଦିର,ଦୋକାନ,ବୃଦ୍ଧାଶ୍ରମ,ଜନଗହଳିପୂର୍ଣ୍ଣ ଅଞ୍ଚଳ ଆଦି କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟ କରାଯିବାସହ,ସଚେତନତା ପ୍ରଚାର ପତ୍ର ଓ ନୋଜମାସ୍କ ବଣ୍ଟନ କରାଯାଇଛି ।  ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦର ଶରତ ସେଠୀ,ସୁରେଶ ଭୋଇ,ପ୍ରତାପ ଭୋଇ,ପ୍ରକାଶ ଭୋଇ,ହେମନ୍ତ ବେହେରା,ସଂଜୀବ ବାରିକ,ଅଚୁତ ଭୋଇ ସରୋଜ ବାରିକ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି  ବିଶୋଧନ କାର୍ଯ୍ୟକ୍ରମସହ ଜନସଚେତନତା ଜାରୀ ରଖିବାକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି ।

Related Posts

About The Author

Add Comment