ଉତ୍କଳ ଗୌରବ ସେବା ସଂସଦ ନୂତନ ଗୃହ ଉଦ୍ଘାଟନ କଲେ

Spread the love

ଯାଜପୁର ସଦର,୨୩ା୧୧: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯୋଗଦେଇ ଉତ୍କଳ ଗୌରବ ସେବା ସଂସଦର ନୂତନ ଗୃହକୁ ଶ୍ରୀମତୀ ଦାସ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବ୍ରହ୍ମବରଦା ପଂଚାୟତର ସରପଂଚ ମମତା ଶୁଭଦର୍ଶିନୀ ଦେଓ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀମତୀ ସୁନନ୍ଦା ଦାସ ଯୋଗଦାନ କରି ତାଙ୍କ ଏମଏଲଏ ପାଣ୍ଠିରୁ ଆର୍ଥିକ ସହାୟତା ଘର ନିର୍ମାଣ କରାଯିବା ପାଇଁ ସହାୟତା ଦେଇଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ବ୍ରହ୍ମବରଦା ପଂଚାୟତର ବରିଷ୍ଠ ମୁରବୀ ବିପିନ ବିହାରୀ ଦେଓ ଯୋଗଦେଇଥିବା ବେଳେ, ବ୍ରହ୍ମବରଦା ପଂଚାୟତର ସରପଂଚ ପ୍ରତିନିôଦ ରାକେଶ ଦେଓ ଯୋଗଦେଇଥିଲେ । ବ୍ରହ୍ମବରଦା ପଂଚାୟତର ଶ୍ରମିକ ନେତା ପ୍ରଦିପ ଦାସ ଯୋଗଦାନ କରିଥିଲେ । ଏହି ଅବସରରେ ବ୍ରହ୍ମବରଦା ବରିଷ୍ଠ ନାଗରିକ ପ୍ରତାପ କେଶରୀ ଦେଓ ଯୋଗଦେଇଥିଲେ । ଉତ୍କଳ ଗୌରବ ସେବା ସଂସଦର ସଭାପତି ଜେତେନ୍ଦ୍ର ସାହୁ ସମ୍ପାଦକ ନିରାକାର ବେହେରା ଏବଂ କ୍ଲବର ସଦସ୍ୟ ମାନେ ଏହି ଉତ୍ସବରେ ଯୋଗଦାନ କରିଥିଲେ ।

Related Posts

About The Author

Add Comment