ଗଁଦିଆ /୦୨/୦୧/ ସନ୍ଧାନ ନିଉଜ୍ )ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ପଂଚାୟତ ସାଇଁବିରି ଗ୍ରାମ ଠାରେ ଉତ୍କର୍ଷ ଫାଉଣ୍ଡେସନ ତରଫରୁ ଗରିବ ଅସାହାୟ ଲୋକ ମାନଙ୍କୁ କମଳ ବଣ୍ଟନ କରାଯାଇଛି ।ଏଥିରେ ଓଡାପଡା ବ୍ଲକର ବଡ ଦାଶରଥି ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଫାଉଣ୍ଡେସନ ଦ୍ୱାରା ପ୍ରସ୍ତୁତକରିବାକୁଥିବା ଗୋ ଶାଳା ପାଇଁ ଯାହା କର୍ତ୍ତବ୍ୟ ସେ ନିଶ୍ଚିନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇ ଅସହାୟଙ୍କୁ କମଳ ବାଣ୍ଟିଛନ୍ତି। ତାସହିତ ସଭାରେ ଟ୍ରଷ୍ଟର ସଭାପତି ଧନେଶ୍ୱର ରାଉଳ ,କୋଷାଦକ୍ଷ ମାନସ ରଞ୍ଜନତ୍ରିପାଠୀ ,ଉପଦେଷ୍ଟା ଆଜିତି କୁମାର ବାରିକ ,ସନ୍ତୋଷ କୁମାର ସାହୁ ,ସରୋଜ କୁମାରସାହୁ ,ଲଗେସ କୁମାର ସାହୁ ,ବେଣୁଧର ରାଉତ , ବିବେକ ରାଉତ , ଚନ୍ଦ୍ରମଣି ସାହୁ , ଶାନ୍ତନୁ ପ୍ରଧାନ ଆଦି ସମସ୍ତ ସଭ୍ୟ ଯୋଗଦେଇଥିଲେ ।ସମାଜସେବୀ ପୁରୁଷୋତ୍ତମ ରାଉତ ମଞ୍ଚ ପରିଚାଳନା କରିଥିଲେ ।ଏପରି କାର୍ଯ୍ୟକୁ ଅଂଚଳବାସୀ ବହୁତ ପ୍ରଶଂସା କରିଛନ୍ତି ।
ଉତ୍କର୍ଷ ଫାଉଣ୍ଡେସନ ଦ୍ୱାରା ଶୀତବସ୍ତ୍ର ପ୍ରଦାନ
|
January 2, 2022 |
