ଯାଜପୁର, ୨୨/୩ (ସନ୍ଧାନ ନିୟୁଜ/ମାନସ ରାଉତ) : ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାରଙ୍କ ୫ଟି କାର୍ଯ୍ୟକାରୀ ହେବା ପରେ ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଛି । ୫ ଟି ସଚିବ ଏ କ୍ଷେତ୍ରରେ ଯଥେଷ୍ଟ ନିଷ୍ଠା ପ୍ରଦର୍ଶନ କରିଛନ୍ତି । ହେଲେ ସମୁଦାୟ ବ୍ୟବସ୍ଥାକୁ ସ୍ବଚ୍ଛ ଓ ଦକ୍ଷ କରିବା ସମୟ ସାପେକ୍ଷ ହୋଇଥିବା ବେଳେ ଏହାର ଫାଇଦା ଏବେ ବି ବିଭିନ୍ନ ବିଭାଗ ଉଠାଇ ଚାଲିଛନ୍ତି । ଏ କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗ ଗୋଟିଏ ସଂକେତ ହୋଇଛି । ଏହି ବିଭାଗରେ ଖାତାଦେଖା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରାଯିବା ପାଇଁ ବିଭିନ୍ନ ପ୍ରକାର କାରସାଦି ଓ ଅନିୟମିତତା କରାଯାଉଛି । । ଖବରରୁ ପ୍ରକାଶ, ପ୍ରତ୍ୟେକ ବର୍ଷ ଖାତା ଦେଖା ପାଇଁ ଅଧାପକ ଚୟନ କ୍ଷେତ୍ରରେ ଏହି ପ୍ରକାର ଅନିୟମିତତା କରାଯାଉଛି । ସାଧାରଣତ ବରିଷ୍ଠତା, ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତାକୁ ଏ କ୍ଷେତ୍ରରେ ଗୁରୁତ୍ବ ଦିଆଯିବା କଥା। ଅଧାପକ ମାନଙ୍କ ମଧ୍ୟରେ ଅନେକ ପିଏଚଡି ଡିଗ୍ରୀ ହାସଲ କରିଥିବା ବେଳେ ଅନେକ କେବଳ ଏମ.ଏ ପାସ କରି ଅଧାପନା କରୁଛନ୍ତି । ଏ କ୍ଷେତ୍ରରେ ପିଏଚଡି ଡିଗ୍ରୀ ହାସଲ କରିଥିବା ଅଧ୍ୟାପକ ମାନଙ୍କୁ ଗୁରୁତ୍ବ ଦିଆଯିବା କଥା। ହେଲେ ତାହା କରାଯାଉ ନାହିଁ । ସେହିପରି ବରିଷ୍ଠତା ଦିଗଟିକୁ ମଧ୍ୟ ଆଖୁବୁଜି ଦିଆଯାଉଛି । ଏବେ +୩ ଶ୍ରେଣୀର ପଞ୍ଚମ ସେମିଷ୍ଟାର ଖାତା ଦେଖୁବା ପାଇଁ ଅଧ୍ୟାପକଙ୍କ ତାଲିକା ପ୍ରକାଶ ପାଇଛି । ଏଥୁରେ ବରିଷ୍ଠତା କିମ୍ବା ଶିକ୍ଷାଗତ ଯୋଗ୍ୟତା ଆଦି ପ୍ରସଙ୍ଗକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ରାଜ୍ୟରେ ଯାଜପୁର ସମେତ ବିଭିନ୍ନ ଜିଲ୍ଲାରେ ଏଭଳି ଅନିୟମିତତା କରାଯାଇ ଥିବା ନେଇ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଉଛି । ଏହି ଜିଲ୍ଲାରେ ବର୍ଷକ ପୂର୍ବରୁ ଏସ.ଏସ.ବି ଜରିଆରେ ଚାକିରୀ ପାଇଥିବା ଅଧ୍ୟାପକ ମାନଙ୍କୁ ଖାତାଦେଖାର ସୁଯୋଗ ପ୍ରଦାନ କରାଯାଇ ଥିବା । ବେଳେ ୨୦ ରୁ ୨୫ ବର୍ଷ ଚାକରୀ ଅଭିଜ୍ଞତା ଏବଂ ପିଏଚଡି ଡିଗ୍ରୀ ହାସଲ କରିଥିବା ଅଧ୍ୟାପକ ମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଖାତା ଦେଖାରୁ ବଂଚିତ କରାଯାଇଛି । ଆହୁରି ମଧ୍ୟ ଅଭିଯୋଗ ହେଉଛି ଯେ, ଜାଣିଶୁଣି । କେତେକ ଅଧ୍ୟାପକଙ୍କୁ ହଇରାଣ କରାଯିବା ପାଇଁ କିମ୍ବା ସେମାନେ ଖାତାଦେଖା କାର୍ଯ୍ୟରେ ନଯିବା ପାଇଁ । ସେମାନଙ୍କୁ ଦୂରଦୂରାନ୍ତରେ ଥିବା ଖାତାଦେଖା କେନ୍ଦ୍ରକୁ । ପଠାଯାଉଛି । ଏହି କାରଣରୁ କେତେକ ଅଧ୍ୟାପକ ଯାଉ ନଥିବା ବେଳେ ସେହି ସ୍ଥାନରେ ଖାତା ଦେଖା ତାଲିକା ପ୍ରସ୍ତୁତ କରୁଥିବା କର୍ମଚାରୀ ନିଜ ପସନ୍ଦର । ଅଧାପିକା ମାନଙ୍କୁ ଖାତା ଦେଖୁବାର ସୁଯୋଗ ଦେଇ । ପାରୁଛନ୍ତି । ସେହିପରି ଆବଶ୍ୟକୀୟ ସମସ୍ତ ପ୍ରକାର ସୁଯୋଗ ବା କଲେଜ ଗୁଡିକରେ ଖାତା ଦେଖା । କେନ୍ଦ୍ର କରି ବିଭିନ୍ନ ସମସ୍ୟାରେ ଥିବା କଲେଜ ଗୁ ଡି କରେ ଖାତାଦେଖା କେନ୍ଦ୍ର କର। ଯିବା ଅନ୍ତରାଳରେ ମଧ୍ୟ ବ୍ୟାପକ ଅର୍ଥ କାରବାର ହେଉଥିବାର ଜଣାପଡିଛି । ଏପରିକି ଜାତୀୟ ରାଜପଥ କଡରେ ଥିବା ବଡ ବଡ କଲେଜରେ ଜାଣିଶୁଣି ଖାତାଦେଖା କେନ୍ଦ୍ର କରାଯାଉ ନାହିଁ । ହେଲେ ଗମନା । ଗମନ ସୁବିଧା ନଥିବା କଲେଜରେ ଖାତାଦେଖା କେନ୍ଦ୍ର କରାଯାଉଛି ଏଥିନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ଉଚ୍ଚଶିକ୍ଷା ବିଭାଗର ଖାତାଦେଖା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି
|
March 22, 2020 |